ଚୋରା ଲୁହା ସ୍କ୍ରାପ ବୋଝେଇ ଟ୍ରକ ଜବତ, ୨ ଅଭିଯୁକ୍ତ ଗିରଫ

ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ଠାରେ ଥିବା ଏକ ଗ୍ୟାରେଜ ନିକଟରୁ ପୋଲିସ ଏକ ଚୋରା ଲୁହା ସ୍କ୍ରାପ ବୋଝେଇ ଟ୍ରକକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ମିଳିଥିବା ସୂଚନାନୁଯାୟୀ ଜଣାପଡିଛି ଯେ, ଯୋଡା ଥାନା ଏଏସଆଇ ଯଦୁମଣି ଭୋଇ ସଦଳବଳେ ସନ୍ଧ୍ୟା ପ୍ରାୟ ୬.୩୦ ମିନିଟ ସମୟରେ ବାଂଶପାଣିର ସାଜାନ୍ ଗ୍ୟାରେଜ ନିକଟରେ ଏକ ଟ୍ରକ ନଂ ଡବ୍ଲୁବି ୨୩ ଡି ୧୦୩୫ ରେ ଚୋରା ଲୁହା ସ୍କ୍ରାପ ବୋଝେଇ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେଠାରେ ଚଢାଉ କରିଥିଲେ । ଚଢାଉ କରିବା ଫଳରେ ଉକ୍ତ ଟ୍ରକରେ ଚୋରା ଆଇରନ୍ ରଡ୍‌, ବମ୍ପର ଓ ଆଇରନ୍ ପ୍ଲେଟ ପ୍ରଭୃତି ଲୁହା ସ୍କ୍ରାପ୍ ବୋଝେଇ ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା ଏବଂ ଏଥିରେ ଗାଡିର ଡ୍ରାଇଭର ବିହାର ରାଜ୍ୟ ସିଓାନ୍ ଜିଲା ହାଡପୋଟି ଗ୍ରାମର ଦିଗବିଜୟ ସିଂ ଏବଂ ସମସ୍ତିପୁର ଜିଲା ବଲହା ଗ୍ରାମର ହେଲପର ଅମରଜିତ କୁମାର ଙ୍କୁ ପୋଲିସ ଗିରଫ କରିବା ସହିତ ଚୋରା ଲୁହା ସ୍କ୍ରାପ ବୋଝେଇ ଟ୍ରକକୁ ଜବତ କରିଥିଲା । ବୋଝେଇ ହୋଇଥିବା ସ୍କ୍ରାପ୍ ର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏହି ସ୍କ୍ରାପ୍ ଯୋଡାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା ବୋଲି ପ୍ରାରମ୍ଭିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ଏନେଇ ଯୋଡା ଥାନାରେ କେଶ୍ ନଂ ୧୭୮/୨୦୧୯ , ଦଫା ୩୭୯, ୪୧୧, ୩୪ ଆପିସି ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ