ଚୋରା ସ୍କ୍ରାପ୍ ବୋଝେଇ ପିକଅପ ଭ୍ୟାନ୍ ଜବତ, ୩ ଗିରଫ

ଯୋଡା (ସମୀର କୁମାର ଦାସ) : ବାମେବାରୀ ଥାନା ଅନ୍ତର୍ଗତ ଚମ୍ପାଡିହିଠାରେ ପୋଲିସ ଚଢାଉ କରି ଏକ ଚୋରା ସ୍କ୍ରାପ ବୋଝେଇ ପିକଅପ ଭ୍ୟାନ୍ ଜବତ କରିବା ସହିତ ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପୋଲିସର ସୂଚନାନୁଯାୟୀ, ଗତ ୦୧/୦୫/୨୦୨୦ ରିଖ ଶୁକ୍ରବାର ଏକ ପିକଅପ୍ ଭ୍ୟାନ୍ ନଂ ଓଡି୦୯ସି ୭୬୮୮ ରେ ସ୍କ୍ରାପ୍ ବୋଝେଇ କରି ଚୋରା ଚାଲାଣ ହେଉଥିବା ବେଳେ , ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରି ପିକଭ୍ୟାନ୍‌ଟିକୁ ଜବତ କରିଥିଲା । ଜବତ ପିକଅପ ଭ୍ୟାନରେ ଅଢେଇ ଟନ୍ ର ଚୋରା ସ୍କ୍ରାପ ବୋଝେଇ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ଏଥିରେ ସଂପୃକ୍ତ ୩ ଅଭିଯୁକ୍ତ ଯୋଡା ବାଂଶପାଣିର ଗୀତା ଚାତାର ଏବଂ କମାର ଯୋଡା ଅଂଚଳର ଏସ.କେ ନାସିର ଓ କାଲୁ ପାତ୍ରକୁ ଗିରଫ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ