ଚୋରିକଲେ ଜେଲ୍
ଏମିତି କିଛି ଦେଶ ଅଛି, ଯେଉଁଠି ଭିନ୍ନ ଭିନ୍ନ କଟକଣା ରହିଛି । ସେସବୁ ସ୍ଥାନ ବୁଲିବା ପାଇଁ ଯିବା ପୂର୍ବରୁ ସମସ୍ତ ବିଷୟରେ ଭଲଭାବେ ଅବଗତ ହୋଇ ଯିବା ଜରୁରୀ । ନଚେତ୍ ନିୟମ ଯୋଗୁ ଆପଣ ଫସିଯିବେ । ଏଇ ଯେମିତି ଇଟାଲୀ । ଏହାର ଏକ ଅଜବ ନିୟମ ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟ ହେବେ । ସେଠାକାର ସମୁଦ୍ରରୁ ବାଲି ଚୋରି କଲେ ଆପଣଙ୍କୁ ଭାରି ପଡ଼ିବ । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ୨ ଜଣ ଫ୍ୟାନ୍ସ ପର୍ଯ୍ୟଟକ ସର୍ବିୟାର ଦକ୍ଷିଣ ତଟ ଚିୟା ସମୁଦ୍ର କୂଳକୁ ବୁଲିବା ପାଇଁ ଯାଇଥିଲେ । ଦୁଇ ପର୍ଯ୍ୟଟକ ୧୪ଟି ବୋତଲରେ ବାଲି ଭରି ନେଉଥିଲେ । କିନ୍ତୁ ଇଟାଲୀର ତଟରକ୍ଷୀ ଏମାନଙ୍କୁ ଧରିଦେଲେ । ଦୁହେଁ ପ୍ରାୟ ୯୦ ପାଉଣ୍ଡ୍ ବାଲି ଚୋରି କରିଥିବା ଅଭିଯୋଗ ହୋଇଥିଲା । ମିଡିଆ ରିପୋର୍ଟ ଅନୁସାରେ, ସେଠାରୁ ବାଲି ଏବଂ କଙ୍କଡ଼ା ନେବା ଅପରାଧ । ଏହି ଆଇନ ୨୦୧୭ରୁ ଲାଗୁ ହୋଇଛି । ବାଲି ଚୋରି ଅଭିଯୋଗରେ ଜରିମାନା ସହିତ ୧ରୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ହେବାର ଆଇନ୍ ରହିଛି । କିନ୍ତୁ ଫ୍ରାନ୍ସର ପର୍ଯ୍ୟଟକ ଦ୍ୱୟ କହିଛନ୍ତି, ସେ ବୁଲିବାର ମଜା ଉଠାଇବା ସହ ସ୍ମୃତି ସାଇତି ରଖିବା ପାଇଁ ସାଥୀରେ ବାଲି ନେଇଯାଉଥିଲେ । ତାଙ୍କୁ ଏହା ଜଣା ନ ଥିଲା କି ଭୁମଧ୍ୟସାଗରୀୟ ଦ୍ୱୀପରେ ଥିବା ଆଇନ୍ ସେମାନେ ଭଙ୍ଗ କରୁଛନ୍ତି ।


