ଚୋରି,ଛିନ୍ତାଇ ଓ ଆକ୍ରମଣ ଘଟଣାର ୫ ଅଭିଯୁକ୍ତ ଗିରଫ,ସଦର ଥାନାରେ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ
ବାଲେଶ୍ଵର, (ସରୋଜ ପଣ୍ଡା) : ସଦର ଥାନା,ଚାନ୍ଦିପୁର ଥାନା,ସହଦେବଖୁଣ୍ଟା ଥାନା ଓ ଟାଉନ ଥାନା ଅଞ୍ଚଳରେ ଚୋରି,ଛିନ୍ତାଇ ଓ ମରଣାନ୍ତକ ଆକ୍ରମଣ ମାମଲାର ସଂପୃକ୍ତ ତିନିଜଣ ନାବାଳକଙ୍କ ସମେତ ପାଞ୍ଚଜଣ ଙ୍କୁ ପୋଲିସ ଗିରଫ କରିଛି ବୋଲି ଶୁକ୍ରବାର ସନ୍ଧ୍ୟାରେ ସଦର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଶାଗରିକା ନାଥ ସୂଚନା ଦେଇଛନ୍ତି। ନଭେମ୍ବର ୨୮ ରାତି ଏବଂ ୨୯ ତାରିଖ ଭୋର ସମୟରେ ଗିରଫ ଅଭିଯୁକ୍ତ ମାନେ ସଦର ଥାନା ହର୍ଷପୁରା ଠାରେ ବାଇକ ଚାଳକ ଲୁଟ ଉଦ୍ୟମ କରି ଆକ୍ରମଣ କରିଥିଲେ,ଏହି ଆକ୍ରମଣରେ ବାଇକ ଚାଳକ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁ ହୋଇଥିବା ବେଳେ ଚାନ୍ଦିପୁର ଝମ୍ପୁରା ହାଟ ଠାରେ କୁକୁଡ଼ା ଦୋକାନରୁ ଏଲ ଇ ଡି ଚୋରି କରିବା ଏବଂ ଭୋର ସମୟରେ ଚାନ୍ଦିପୁର ମହର୍ଷି ସ୍କୁଲ ନୂଆସଡ଼କ ନିକଟରେ ମାଛ ବ୍ୟବସାୟୀ ଙ୍କୁ ଲୁଟ ଉଦ୍ୟମ କରି ଆକ୍ରମଣ କରିବା ଘଟଣାର ପାଞ୍ଚଜଣ ଙ୍କୁ ପୋଲିସ ଗିରଫ କରିଛି। ତେବେ ଅଭିଯୁକ୍ତ ମାନେ ମାଛ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ବେଳେ ମାଛ ବ୍ୟବସାୟୀ ନୟନ ଯୋଡ଼ି କୁ ବାଇକ୍ ନେଇ ମାଡି ଯାଇଥିଲେ।ଅଭିଯୁକ୍ତ ମାନେ ତାଙ୍କୁ ଧରିବା ପାଇଁ ଯାଇଥିବା ବେଳେ ରାସ୍ତାରେ ମୋର୍ଣିଂ ୱାକ କରୁଥିବା ଲୋକେ ଆସିଯିବାରୁ ଅଭିଯୁକ୍ତ ମାନେ ଦୁଇଟି ବାଇକ୍ ଛାଡ଼ି ଫେରାର ହୋଇଯାଇଥିଲେ।ଜବତ ବାଇକ୍ ରୁ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏ ନେଇ ସଦର ଏସ ଡି ପି ଓ ଡ.ଶଶାଙ୍କ ଶେଖର ବେଉରିଆ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା।ତେବେ ତଦନ୍ତ ପରେ ୫ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ପାଖରୁ ପାଞ୍ଚଟି ମୋବାଇଲ ଫୋନ୍ ଚୋରି ସାମଗ୍ରୀ ଜବତ କରାଯାଇଥିଲା।ଏହି ଘଟଣାର ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କର ୪ ଟି ଥାନାରେ ୫ ଟି କେଶ୍ ଥିବାର ଏସପି ସୂଚନା ଦେଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଏସ ଡି ପି ଓ ଡ ଶଶାଙ୍କ ଶେଖର ବେଉରିଆ,ସଦର ଥାନା ଆଇ ଆଇ ସି ଜୟନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।