ଚୋରି ଘଟଣାରେ ତିନି ଗିରଫ : ସୁନା, ଟଙ୍କା ସହ ବହୁ ସାମଗ୍ରୀ ଜବତ
ସୋରଡା (ରଜନୀ ମହାପାତ୍ର): ଗଞ୍ଜାମ ଜିଲ୍ଲା ସୋରଡା ଥାନା ବରାଡି ସାହିରେ ଗତ ୨୪ ତାରିଖରେ ଏକ ଘରୁ ବଡଧରଣର ଚୋରୀ ଘଟଣାର ପରଦାଫାଶ କରିଛି ସୋରଡା ପୋଲିସ । ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ ସହ ସେମାନଙ୍କ ନିକଟରୁ ମେଲ୍ଟ ହୋଇଥିବା ୫୨ ଗ୍ରାମ ସୁନା ,ଗୋଟିଏ ଏଲଇଡ଼ି ଟିଭି ,୨ଟି ମୋବାଇଲ ,ନଗଦ ୧୦୧୭୦ ଟଙ୍କା (ଦଶ ହଜାର ଶହେ ସତୁରୀ ଟଙ୍କା),ଗୋଟିଏ ଟିଭିଏସ ସ୍କୁଟୀ ଓଡ଼ି ୩୨ଇ ୭୨୨୧ ,ଚୋରୀରେ ବ୍ୟବହୃତ ଲୁହା ସାବଳ ଜବତ କରାଯାଇଛି । ରବିବାର ଅତିରିକ୍ତ ଏସପି ଭଞ୍ଜନଗର ବିଜୟ କୁମାର ମଲ୍ଲିକ ,ଆସ୍କା ଏସଡ଼ିପି ସୂର୍ଯ୍ୟମଣି ପ୍ରଧାନ ,ଆଇଆଇସି ରମେଶ କୁମାର ପ୍ରଧାନ ଙ୍କ ଉପସ୍ଥିତିରେ ରେ ଥାନା ପରିସରରେ ମଧ୍ୟର୍ହ୍ନ ରେ ଆୟୋଜିତ ଖବରଦାତା ସମିଳନୀ ରେ ମିଳିଥିବା ସୂଚନା ଅନୁଯାଇ ବରାଡି ସାହିର ସତୀଶ କୁମାର ଦାସ ଗତ ୨୧ /୦୩/୨୦୨୧ ରେ ବାପା ଦିଲୀପ କୁମାର ଦାସଙ୍କ ଶରୀର ଅସୁସ୍ଥ ଥିବାରୁ ବ୍ରହ୍ମପୁର ସପରିବାର ଘର ତାଲା ପକାଇ ଯାଇଥିଲେ । ସେଠାରୁ ୨୭ /୦୩ ୨୦୨୧ ରେ ଘରକୁ ଫେରିବା ପରେ ଦେଖିଲେ ଗୃହ ର ପଛପଟ ର କବାଟ ଭଙ୍ଗା ହୋଇ ଘରୁ ସୁନା ଅଳଙ୍କାର ,ଟିଭି ,ନଗଦ ଟଙ୍କା ଚୋରୀ ହୋଇଥିବା ଜାଣିପାରିଥିଲେ । ସଙ୍ଗେ ସଙ୍ଗେ ସୋରଡା ଥାନାରେ ସତୀଶ ଏତଲା ଦେଇଥିଲେ । ପୋଲିସ କେଶ ନମ୍ବର ୯୦/୨୦୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଆଇଆଇସି ରମେଶ କୁମାର ପ୍ରଧାନ ,ଏସଆଇ ସୁନୀଲ କଣ୍ଡୋଗୋରୀ ଛାନ ଭିନ ଆରମ୍ଭ କରିଥିଲେ । ଛତ୍ରପୁର ରୁ ସନ୍ଧାନୀ କୁକୁର ମଧ୍ୟ ଆସି ସାମିଲ ହୋଇଥିଲା । ବିଭିର୍ଣ୍ଣ ଦିଗରୁ ଖୋଳତାଡ ପରେ ପୋଲିସ ସଫଳତା ପାଇଥିଲା । ଏହି ମାମଲାରେ ଶୁଭଙ୍କର ପଣ୍ଡା ବୟସ ୨୧ ,ମହାଦେବ ଆଚାରୀ ୨୫ ବରାଡି ଓ ରାମହରି ଆଚାରୀ ୪୦ ନୀଳାଦ୍ରି ପୁର ୩ ଜଣଙ୍କୁ ଗିରଫ କରିଛି । ଘର ତାଲା ପଡିଥିବା ସୁଯୋଗ ନେଇ ୨୪ /୦୩ ୨୦୨୧ ମଧ୍ୟ ରାତ୍ରିରେ ଚୋରୀ କରିଥିବା ଜଣା ପଡିଛି । ଚୋର ମାନେ ଚୋରୀ କରିଥିବା ଅଳଙ୍କାର କୁ ମେଲ୍ଟ କରିଦେଇଛନ୍ତି । ମାତ୍ର ୬ ଦିନଭିତରେ ଚୋର କୁ ଧରିବା ,ଚୋରୀ ଜିନିଷ ଉଧାର କରିବାରେ ସୋରଡା ପୋଲିସ ର ଏହା ଏକ ବଡଧରଣର ସଫଳତା ବୋଲି ଜଣାପଡିଛି ।