ଚୋରି ପିକପ ଗାଡି ଉଦ୍ଧାର

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ଚାରିଛକ ଥାନା ତୁଳସୀପୁର ପଞ୍ଚାୟତ ର ଗଡ଼ ଅମରପ୍ରସାଦ ଗ୍ରାମରୁ ଏକ ପିକପ ଗାଡି ଚୋରି ହୋଇଥିବା ନେଇ ଚାରିଛକ ଥାନାରେ ଅଭିଯୋଗ ହୋଇଥିଲା। ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ ଅଭିଯୋଗ ପାଇ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପିପିଲି ନିକଟସ୍ଥ ଏକ ଗ୍ରାମରୁ ଚୋରି ପିକଅପ ଗାଡ଼ି କୁ ଉଦ୍ଧାର କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ସବୁଦିନ ପରି ଗୋପ ଥାନା ନରସିଂହପୁର ହାଟ ର ସୌଭାଗ୍ୟ ରଞ୍ଜନ ପାତ୍ର ଙ୍କ ପିକପ ଗାଡି ନମ୍ବର ଓଡି ୦୨ପି -୮୪୯୭ ଟିକୁ ଡ୍ରାଇଭର ଅନନ୍ତ ଭୋଇ ଗାଡି ଆଣି ଘରକୁ ଆସିଥିଲେ।ରାତ୍ରିରେ ଗାଡି ଦୁଆର ମୁହଁରେ ରଖି ଘରେ ଶୋଇଥିଲେ।ପ୍ରାୟ ରାତ୍ର ଦୁଇଟା ବେଳକୁ ଉଠିଦେଖନ୍ତି ଗାଡି ଦୁଆର ମୁହଁରେ ନାହିଁ। ଗାଡ଼ି ଚୋରି ହୋଇଥିବା ସମ୍ପର୍କରେ ଡ୍ରାଇଭର ଅନନ୍ତ ଗାଡ଼ି ମାଲିକକୁ ଜଣାଇ ଥିଲେ। ବହୁତ ଖୋଜା ଖୋଜି କରିବା ପରେ ଗାଡ଼ି ର କୌଣସି ସନ୍ଧାନ ନ ମିଳିବାରୁ ମାଲିକ ସୌଭାଗ୍ୟ ଚାରିଛକ ଥାନାରେ ଲିଖିତ ଅଭଯୋଗ କରିଥିଲେ। ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ ସଦଳବଳେ ଚଢ଼ାଉ କରି ପିପିଲି ଅଂଚଳରୁ ଗାଡିକୁ ଉଦ୍ଧାର କରିଛନ୍ତି।ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଅଳକୁଣ୍ଡ ରୁ ଏକ ବୋଲେରୋ ଗାଡ଼ି ଚୋରି ହୋଇ ଥିଲା। ଚାରିଛକ ଥାନା ପୋଲିସ ଉକ୍ତ ଚୋରି ଗାଡ଼ି କୁ ଉଦ୍ଧାର କରି ବାରେ ସକ୍ଷମ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ