ଚୋରୀ ଅଭିଯୋଗରେ ପୂର୍ବତନ ବିଜୁ ଯୁବ ବାହିନୀ ୱାର୍ଡ ସଭାପତି ଗିରଫ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ପୂର୍ବତନ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀଙ୍କ ଘରୁ ଚୋରୀ କରିଥିବା ଅଭିଯୋଗରେ ପୂର୍ବତନ ବିଜୁ ଯୁବ ବାହିନୀ ୱାର୍ଡ ସଭାପତିଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଅଭିଯୋଗରୁ ପ୍ରକାଶ ଯେ ପୂର୍ବତନ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀଙ୍କ ବଡହାଟସ୍ଥିତ ବାସଭବନରୁ ଗତ ୨୦୨୦ମସିହା ଅକ୍ଟୋବରମାସ ୭ତାରିଖରେ କେହି ଦୁର୍ବୁତ ଘରେ ପଶି ୪୦ଗ୍ରାମରୁ ଉର୍ଦ୍ଧ୍ୱ ଓଜନର ସୁନା ଗହଣା ଚୋରୀ କରିନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଟାଉନ ଥାନାରେ ଏନେଇ ୧୬୩/୨୦୨୦ରେ ଏକ ଚୋରୀ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ଏହି ଘଟଣାର ତଦନ୍ତ ସମୟରେ ପୋଲିସ ଡଗସ୍କ୍ୱାର୍ଡର କୁକୁର ଫକିରାବାଦ ମୁସଲିମ ବସ୍ତିର ମୀର ମିର୍ଜା ମୁମତାଇଜିମ ବେଗଙ୍କ ଘରକୁ ଯାଇଥିଲା । ପରେ ମୁମତାଇଜିମଙ୍କ ପଲିଗ୍ରାଫ ଟେଷ୍ଟ ଓ ଲାଇ ଡିଟେକଟର ଟେଷ୍ଟରେ ପଜିଟିଭ ଆସିଥିଲେ ମଧ୍ୟ ତାଙ୍କୁ ପୋଲିସ ଗିରଫ କରିନଥିଲା । ପ୍ରାୟ ୪ଦିନ ତଳେ ଅଭିଯୋଗକାରିଣୀ ଶ୍ରୀମତୀ ତ୍ରିପାଠୀ ଏସପି ସନ୍ଦିପ ସମ୍ପଦ ମଦକରଙ୍କୁ ଭେଟି ଅଭିଯୋଗ କରିବା ପରେ ଆଜି ଟାଉନ ଥାନା ପୋଲିସ ଅଭିଯୁକ୍ତ ପୂର୍ବତନ ବିଜୁ ଯୁବ ବାହିନୀ ୩ନମ୍ବର ୱାର୍ଡ ସଭାପତି ମୀର ମିର୍ଜା ମୁମତାଇଜିମ ବେଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରିଣୀ ଟାଉନ ଥାନା ଏସ.ଆଇ. କାଦମ୍ବିନୀ ପରିଡାଙ୍କ ଠାରୁ ସୂଚନା ମିଳିଛି । କିନ୍ତୁ ୩ମାସ ହେବ ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ ଓ ଲାଇ ଡିଟେକଟର ଟେଷ୍ଟ ରିପୋର୍ଟରେ ପଜିଟିଭ ଆସିଥିବା ବେଳେ କାହିଁକି ତାଙ୍କୁ ପୋଲିସ ଗିରଫ ନକରି ଘଂଟ ଘୋଡାଇ ରଖିଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ