ଚୋରୀ କଲେ ମନସ୍କାମନା ପୂରଣ ହୁଏ

ଉତ୍ତରାଖଣ୍ଡ ରାଜ୍ୟର ଚୁଡିବାଲା ଗ୍ରାମରେ ସିଦ୍ଧପୀଠ ଚୁଡାମଣି ଦେବୀଙ୍କ ମନ୍ଦିର ଅଛି , ଯେଉଁଠି ମାନ୍ୟତା ଆମର ନୈତିକ ଶିକ୍ଷାକୁ ଭୁଲ ପ୍ରମାଣିତ କରିଥାଏ । ଏହି ଧାର୍ମିକ ସ୍ଥାନରେ ଲୋକମାନଙ୍କୁ ନିଜର ମନସ୍କାମନା ପୂରଣ କରିବାକୁ ଚୋରୀ କରିବାକୁ ପଡିଥାଏ । ସାଧାରଣତଃ ଆମମାନଙ୍କୁ ପିଲାଦିନରୁ ଚୋରୀ କରିବା ଏକ ଖରାପ କର୍ମ ବୋଲି ଶିକ୍ଷା ଦିଆଯାଉଥିବାବେଳେ ଏହି ମନ୍ଦିରର କାହାଣୀ କିଛି ଭିନ୍ନ ଧରଣର ହୋଇଥାଏ । ଗାଁ ଲୋକଙ୍କ ମତନୁସାରେ , ଏହି ମନ୍ଦିରର ଲଂଢୌରା ବଂଶର ରାଜାଙ୍କ ଦ୍ୱାରା ୧୮୦୫ ମସିହାରେ ନିର୍ମାଣ କରାଯାଇଥିଲା । କିମ୍ବଦନ୍ତୀନୁସାରେ ,ଏକଦା ରାଜା ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲା ବେଳେ ତାଙ୍କୁ ତାଙ୍କ ମା ଦର୍ଶନ ଦେଇ ବରମାଗିବାକୁ ଆଦେଶ ଦେଇଥିଲେ । ରାଜାଙ୍କର କୌଣସି ପୁତ୍ର ନଥିବାରୁ ରାଜା ମାଙ୍କୁ ପୁତ୍ରଦାନ କରିବାକୁ କହିଥିଲେ । ରାଜାଙ୍କର ମନସ୍କାମନା ହେବା ପରେ ରାଜା ସେହି ସ୍ଥାନରେ ମାଙ୍କର ଏକ ମନ୍ଦିର ନିର୍ମାଣ କରିଥିଲେ । ଏହି ମନ୍ଦରକୁ ଅନେକ ଶ୍ରଦ୍ଧାଳୁ ଭକ୍ତବହୁ ଦୂରଦୁରାନ୍ତରୁ ଦର୍ଶନ କରିବାକୁ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ