ଚୋରୀ ଘଟଣାରେ ଦୁଇ ଗିରଫ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ପୂର୍ବଯୋଡା ସ୍ଥିତ ଟିସ୍କୋ କଲୋନୀରେ ଘର କାମ ପାଇଁ ରଖାଯାଇଥିବା ୩୪ ଟି ଲୁହା ଏଙ୍ଗେଲ ଚୋରି ହୋଇଥିବା ଅଭିଯୋଗରେ ପୁଲିସ ମଙ୍ଗଳବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାଙ୍କଠାରୁ ପୋଲିସ ୧୮ଟି ଚୋରା ଲୁହା ଏଙ୍ଗେଲ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କ୍ୟାମ୍ପ ହାଟିଙ୍ଗର ବାବୁଲୁ କାରୁଆ ଓ ଅଭିମନ୍ୟୁ କାରୁଆ । ପୋଲିସର ସୁଚନା ଅନୁଯାୟୀ ଜଣାପଡିଛି ଯେ, ଗତ ୧୪ ତାରିଖରେ ଉକ୍ତ କଲୋନୀରେ ଘର ନିର୍ମାଣ ପାଇଁ ରଖାଯାଇଥିବା ୩୪ ଟି ଲୁହା ଏଙ୍ଗେଲ ଚୋରୀ ହୋଇଥିଲା । ଏ ନେଇ ଥାନାରେ ନେଇ ଅଭିଯୋଗ ପରେ ଯୋଡା ଥାନାରେ କେଶ ନଂ ୨୨୦/୨୦୧୯ ରେ ଏକ ମାମଲା ରୁଜୁ କରାଯାଇଥିଲା ।