ଚୋରୀ ଘଟଣାରେ ଶେରଗଡ ପୁଲିସକୁ ସଫଳତା

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ଶ୍ରୀରାମ ନଗର ପାଣିଗ୍ରାହି ଏ ସୋ ସି ଏ ଟ ର ବାରି ପଟ କବାଟ ଭାଙ୍ଗି ଗତ ୫ତାରିଖ ରେ ଦାମୀମୋବାଇଲ ସହିତ ଅତି ମୂଲ୍ୟବାନ ପଦାର୍ଥ ଚୋରି ଯାଇ ଥିବା ଥାନାରେ ଅଭିଯୋଗ ପରେ ଆସିକା ଏସ ଡି ପି ଓ ଉମା ଶଙ୍କର ସିଂ ଙ୍କ ତତ୍ଵା ବଧାନରେ ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ଗଠିତ ଏକ ସ୍ଵତନ୍ତ୍ର ଟିମ ଘଟଣାର ତଦନ୍ତ ରେ ଲାଗି ପଡ଼ି ଥିଲେ, ସେଥିରେ ପୋଲିସ କୁ ଏକ ବଡ଼ ସଫଳତା ମିଳିଛି, ଚୋରି କରିଥିବା ଅଭିଯୋଗ ରେ ପି, ଜଗନ୍ନାଥ ପୁର ଗ୍ରାମର ଦିଲିପ ବିଷୋୟୀ ଓ ବିଭୁ ସେଠୀ କୁ ଗିରଫ କରି ସେମାନଙ୍କ ଠାରୁ ଆପୋ, ଭିଭୋ, ସମ୍ ସଂଗ, ଏମ ଆଇ ଭଳି ୧୦୨ଗୋଟି ମୂଲ୍ୟ ବାନ ମୋବାଇଲ ଦୁଇ ଗୋଟି ସ୍ମାର୍ଟ ୱାଚ, ଦୁଇ ଗୋଟି ଲ୍ୟାପ ଟପ୍, ଦୁଇ ଗୋଟି ବ୍ଲୁ ଟୁଥଇଅର୍ ଫୋନ, ଗୋଟିଏ ଜେରେକ୍ସ ମେସିନ, ସି ସି ଟିଭି, ଡିଭି ଅର୍ ସେଟ୍ ଆପ ବକ୍ସ ସହିତ ଦିଲିପ ବିଷୋୟୀ ଙ୍କ ବାଇକ ଏବଂ ବିଭୁ ସେଠୀଙ୍କ ପାସେଞ୍ଜର ଅଟୋ କୁ ଜବତ କରିଛି, ଏବଂ ପୂର୍ବରୁ ଉଭୟଙ୍କ ନାମରେ ପାଟପୁର ଥାନାରେ ବିଭିନ୍ନ ସ୍ଥାନରୁ ସୁନା ଅଳଙ୍କାର ଲୁଟ ମାମଲାରେ ସଂପୃକ୍ତ ଥିବା ପୋଲିସ ସୂଚନା ପ୍ରଦାନ କରିଛି, ଉକ୍ତ ଘଟଣା ରେ ସଂପୃକ୍ତ ଥିବା ଆଉ ଦୁଇ ଜଣ କୁ ଗିରଫ କରିବା ପାଇଁ ଚଢ଼ାଉ ଜାରୀ ରହି ଥିବା ଥାନା ଅଧିକାରୀ ସୁଚନା ପ୍ରଦାନ କରି ଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ