ଚୋରୀ ନାଟକର ପର୍ଦ୍ଦାଫାସ୍ ; ସୁନା ଓ ରୂପା ଅଳଙ୍କାର ହସ୍ତାନର

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ): ଘରେ ମହଜୁଦ ଥିଲା ସୁନା ଅଳଙ୍କାର, କିନ୍ତୁ ୨୫ ଭରି ଓଜନର ସୁନା ଓ ୧୦ ଭରି ଓଜନର ରୂପା ଅଳଙ୍କାର ଚୋରୀ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଥିଲା । ପୁଲିସର ଛାନଭିନ୍ ତଦନ୍ତ ପରେ ଚୋରୀ ହୋଇନଥିବା ଜଣାପଡ଼ିଥିଲା । ଏଭଳି ଏକ ଘଟଣା ୮ ତାରିଖ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ଗୀତା ଭବନ ସମ୍ମୁଖ ଅଭିମନ୍ୟୁ ଦଳାଇଙ୍କ ବାସଭବନରେ ଘଟିଥିଲା । ଏଭଳି ଏକ ଘଟଣା ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଯେ, ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ଗୀତା ଭବନ ସମ୍ମୁଖ ଅଭିମନ୍ୟୁ ଦଳାଇ ଗତ ମାସ ୪ ତାରିଖରେ ଘର ତାଲା ଲଗାଇ ମେଡ଼ିକାଲ କାର୍ଯ୍ୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଇଥିଲେ । ଯିବା ସମୟରେ ସ୍ଥାନୀୟ ପୌରାଂଚଳ ମାଣିକନଗର ଅଂଚଳରେ ବିବାହ କରିଥିବା ବଡ଼ ଝିଅଙ୍କୁ ଘରର ଚାବି ଦେବା ସହ ଘରର ହାଲଚାଲ ବୁଝାସୁଝା କରିବା ସକାଶେ କହିଥିଲେ । ଚଳିତ ମାସ ୮ ତାରିଖରେ ଝିଅ, ବାପା ଘରକୁ ଯିବା ବେଳେ ଘରର ଗ୍ରୀଲ ତାଲା ଭଙ୍ଗାଯିବା ସହ ଆଲମିରା ଓ ସିନ୍ଧୁକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଘଟଣା ନେଇ ଝିଅ କଲ୍ୟାଣୀ, ବାପା ଅଭିମନ୍ୟୁ ଦଳାଇ ଓ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ଟିମ୍ ଘଟଣା ସ୍ଥଳରେ ପଂହଚି ସରଜମିନ ତଦନ୍ତ କରିଥିଲେ । ୯ ତାରିଖରେ ଅଭିମନ୍ୟୁ ହିଞ୍ଜିଳିକାଟୁରେ ପଂହଚି ୨୫ ଭରି ଓଜନର ସୁନା ଓ ୧୦ ଭରି ଓଜନର ରୂପା ଅଳଙ୍କାର ଲୁଟ୍ ହୋଇଥିବା ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ଥାନାରେ ନଂ-୪୦୫/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ତେବେ ସେହି ଦିନ ରାତିରେ ଘରର ଏକ ଆଲମାରୀର ଅନ୍ୟ ଏକ ବକ୍ସ ମଧ୍ୟରେ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଥିବା ସମସ୍ତ ସୁନା ଓ ରୂପା ଅଳଙ୍କାର ମହଜୁଦ ଥିବା ନେଇ ପରିବାର ପକ୍ଷରୁ ଥାନା ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ସୁନା ଓ ରୂପା ଅଳଙ୍କାରକୁ ଜବତ କରିଥିଲେ । ଚୋରୀ ନାଟକର ଖୁଲାସା କରିବା ସହ ଘଟଣା ନେଇ ଗୁରୁବାର ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ସୁନା ଓ ରୂପା ଅଳଙ୍କାର ଫେରି ପାଇଥିବାରୁ ଅଭିମନ୍ୟୁ ଦଳାଇ ଖୁସିବ୍ୟକ୍ତ କରିବା ସହ ଥାନା ଭାରପ୍ରାପ୍ତ ଅଧିକାରୀ ଦାସ ଓ ଟିମ୍‌ଙ୍କୁ ସାଧୁବାଦ ଜଣାଇଛନ୍ତି । ବାସ୍ତବ କ୍ଷେତ୍ରରେ ଲୁଟେରା ମାନେ ଘର ତାଲା ଭାଙ୍ଗିବା ସହ ଆଲମିରା ଓ ସିନ୍ଧୁକ ଭାଙ୍ଗିବା ପରେ ମଧ୍ୟ ସୁନା ଓ ରୂପା ଅଳଙ୍କାର ନପାଇ ନିରାଶରେ ଫେରିଥିବା ବେଳେ ସୌଭାଗ୍ୟ ବଶତଃ ଆଲମାରୀର ଅନ୍ୟ ଏକ ବକ୍ସରେ ସୁନା ଓ ରୂପା ଅଳଙ୍କାର ରହି ଯାଇଥିଲା ନା ଘଟଣାର ଅନ୍ୟ କିଛି ସତ୍ୟତା ରହିଥିଲା, ତାହ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ