ଚୋରୀ ମାମଲାରେ ଜଣକୁ ଉଠାଇନେଲା ସ୍ୱତନ୍ତ୍ର ସ୍କ୍ୱାର୍ଡ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସହରର ସଟରତାଡି ଚୋରୀ କରିବା ଓ ମହିଳା ବିଜେଡି ସଭାନେତ୍ରୀଙ୍କ ଘରୁ ଝରକା ରେଲିଂ ତାଡି ଚୋରୀ କରିବା ଘଟଣାରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଜଣକୁ ସନ୍ଦେହରେ ଉଠାଇ ନେଇ କୈାଣସି ଏକ ଅଜଣା ସ୍ଥାନରେ ରଖି ପଚରାଉଚୁରା କରୁଥିବା ଜଣାପଡିଛି । ପୋଲିସ ଉଠାଇ ନେଇଥିବା ସଂପୃକ୍ତ ବ୍ୟକ୍ତି ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମର ସେକ ବାବୁ ।


