ଚୋରୀ ସାମଗ୍ରୀ ଉଦ୍ଧାର, ୩ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗତ ୩୧ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଘରୁ ୨ଟି ପାଣିପମ୍ପ ମୋଟର ଓ ଘର ସମ୍ମୁଖରେ ଥିବା ଟ୍ରାକ୍ଟରରୁ ୨ ଟି ବ୍ୟାଟେରୀ କେହି ଦୃବୁର୍ତ୍ତ ଚୋରୀ କରି ନେଇ ଯାଇଥିଲେ । ଟ୍ରାକ୍ଟର ମାଲିକ ବହୁତ ଖୋଜାଖୋଜି କରିବା ପରେ ଚୋରୀ ସାମଗ୍ରୀ ନମିଳିବାରୁ ଚୋରୀ ଘଟଣା ନେଇ ସନ୍ତୋଷ ମଙ୍ଗଳବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ହିଞ୍ଜିଳି ଥାନାରେ ନଂ ୪୦୧/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ୩ ଦୃବୁର୍ତ୍ତ ଚୋରୀ କରିଥିବା ସାମଗ୍ରୀକୁ ବିକ୍ରି କରିବା ପାଇଁ ହିଞ୍ଜିଳି ଥାନା ନୁଆଗଡ ଗ୍ରାମର ବଳିଆ ଗଉଡ ନାମକ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିଥିଲେ । ପରେ ବୁଧବାର ସକାଳେ ୩ ଦୃବୁର୍ତ୍ତ ଚୋରୀ ସାମଗ୍ରୀ ବିକ୍ରୀ କରିବା ପାଇଁ ନୁଆଗଡ ଗ୍ରାମର ବଳିଆ ନିକଟରେ ପହଞ୍ଚିଥିଲେ । ବଳିଆ ସଂପୃକ୍ତ ସାମଗ୍ରୀ ଚୋରୀ କରାଯାଇଥିବା ସନ୍ଦେହ କରି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଦୃବୁର୍ତ୍ତଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମର ଅରବିନ୍ଦ ପ୍ରଧାନ, ଦିପକ ସେଠି ଓ ରତିକାନ୍ତ ଗଉଡ । ଏ ନେଇ ହିଞ୍ଜିଳି ଥାନାରେ ନଂ ୪୦୧/୨୧ ରେ ମାମଲା ରୁଜୁ କରି ଗିରଫ ୩ ଦୃବୁର୍ତ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ