ଚୋର ଧରିଲା ଚପଲ

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନରେ ଦିନକୁ ଦିନ ଚୋର ମାନଙ୍କର ପାର୍ଦୁଭାବ ବଢିବାରେ ଲାଗିଥିବା ବେଳେ ସୁନା ଗହଣା ଲୁଟ୍ କରି ପୋଲିସ ହାତରେ ଧରାପଡିଛି ଜଣେ ଯୁବକ । ସୂଚନା ଅନୁଯାୟୀ ଗତ ୨୦ ତାରିଖ ଦିନ ସେହି ଗ୍ରାମର ଜୈନିକ ଚୋର ଜଣକ ଚୋରି କରି ଘଟଣା ସ୍ଥଳରୁ ଚାଲିଯାଇଥିବା ବେଳେ ଦୁର୍ଭାଗ୍ୟ ବସତ ଚୋରଟି ନିଜର ଚପଲ ଛାଡି ଚାଲିଯାଇଥିଲା । ଗିରଫ ହୋଇଥିବା ଚୋରଟିର ନାମ ଧର୍ମେନ୍ଦ୍ର ପୋଲାଇ ଓ ଭୂୟାଁ ସାହିର ବାସିନ୍ଦା ବୋଲି ଜଣାପଡିଛି । ଗତ ୨୦ ତାରିଖ ରାତିରେ ପଂଚାନନଙ୍କ ବିଳମ୍ବିତ ରାତିରେ ଘରେ ପହଞ୍ଚି ସୁନା ଅଳଙ୍କାର ଲୁଟ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ସୁନା ଗହଣା ଚୋରୀ ହୋଇଥିବା ପରିବାର ଲୋକେ ନିକଟସ୍ଥ ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସଂନ୍ଧାନୀ କୁକୁର ସାହାର୍ଯ୍ୟରେ ଚୋରକୁ କାବୁ କରିବାରେ ସଫଳ ହୋଇଛି ।ବିଳମ୍ବିତ ରାତିରେ ସୁନା ଅଳଙ୍କାର ଚୋରାଇ ଖସି ଯିବାରେ ସଫଳ ହୋଇଥିଲା ସତ କିନ୍ତୁ ଆଇନର ଲମ୍ବା ଜାଲ ଭିତରୁ ମୁକୁଳିପାରିନାହିଁ । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚାରାଉଚାରା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ