ଚୋରା ମଦ ବିକ୍ରି ଅଭିଯୋଗରେ ଦୁଇ ଗିରଫ

ବୁଗୁଡ଼ା, (ଅନିଲ କୁମାର ମହାରଣା): ସ୍ଥାନୀୟ ଅବକାରୀ ବିଭାଗ ଓ ପୋଲିସ ବିଭାଗ ସ୍ଥାନୀୟ ବାଲିପିଣ୍ଡି ବନ୍ଧ ତଳର ବିଭିନ୍ନ ସ୍ଥାନରୁ ୩ହଜାର ଲିଟର ମଦ ପୋଚ ଜବତ କରି ନଷ୍ଟ କରିଥିବା ଜଣାପଡିଛି। ହେଲେ ମଦ ପୋଚ ଗଛିତ ରଖିବା ନେଇ କାହାରିକୁ ଗିରଫ କାରାଯାଇ ପାରିନଥିବା ଅବକାରୀ ବିଭାଗ ପ୍ରକାଶ କରିଛି। ଅନ୍ୟ ଦୁଇ ଘଟଣାରେ ଠଣାପଲ୍ଲୀ ଗ୍ରାମର ରୋହିତ ପ୍ରଧାନ ( ୩୦) ଙ୍କ ଠାରୁ ୧୪ ଲିଟର ଆଇ.ଡି. ମଦ ସହିତ ଏକ ହିରୋ ହୋଣ୍ଡା ଗାଡି ଜବତ କରିଛନ୍ତି। ଅନୁରୂପ ବେତାରସିଂ ରୋଡରୁ ଗଙ୍ଗାଧର ପ୍ରଧାନ (୩୦) ଙ୍କ ଠାରୁ  ୧୦ ଲିଟର ଆଇଡି ମଦ ଜବତ କରାଯାଇଛି। ଏନେଇ ପି.ଆର୍. କେଶ ନଂ ୯ ଓ ୧୦ ପ୍ରକାରେ ଦୁଇଟି ମାମଲା ରୁଜୁ କରାଯାଇ ରୋହିତ ପ୍ରଧାନ ଓ ଗଙ୍ଗାଧର ପ୍ରଧାନ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗୀୟ ଅଧିକାରୀ ଜେ. ଡବ୍ଲ୍ୟୁ ନାୟକଙ୍କ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ