ଚୋର ସନ୍ଦେହରେ ୨ଅଟକ

ବାରିକପୁର,(ଓ୍ବାଇଏନ୍ଏସ୍): ଏବେ ସାମାଜିକ ଗଣାମାଧ୍ୟମରେ ବିଭିନ୍ନ ଚୋର ମାନଙ୍କର ଫଟୋ ଥିବା ଖବର ଘୁରି ବୁଲୁଛି । ଓଡିଶା ବାହାରୁ କିଛି ଲୋକ ଆସି ବେପାର କରିବା ବାହାନାରେ ଚୋରି କରୁଥିବା ବିଭିନ୍ନ ସମୟରେ ସାମାଜିକ ଗଣମାଧ୍ୟମରୁ ଜଣାପଡୁଛି । ଏହି ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ଥାନା କୁଲଣା ଠାରେ ଗ୍ରାମବାସୀ ମାନେ ଚୋର ସନ୍ଦେହରେ ଦୁଇଜଣଙ୍କୁ ଅଟକ ରଖି ପୁଲିସର ଜିମା ଦେଇଛନ୍ତି । ସୂଚନା ମୁତାବକ ଓଆର୦୨ଏଏଫ୪୪୧୪ ଏକ କଳା ପଲସର ମୋଟରସାଇକେଲରେ ବେଡସିଡି ଧରି ଗାଁ ଗାଁ ବୁଲି ବିକ୍ରୟ କରୁଥିଲେ । ଯୁବକ ଦ୍ୱୟ ଖଣ୍ଡି ଓଡିଆ କହୁଥିବାରୁ ଗ୍ରାମବାସୀ ମାନେ ତାଙ୍କ ଉପରେ ସନ୍ଦେହ କରିଥିଲେ । ସାମାଜିକ ଗଣମାଧ୍ୟରେ ଯେଉଁ ଫଟୋ ଭାଇରାଲ ହୋଇଥିଲା ଯୁବକ ଦ୍ୱୟ ସେହିଭଳି ଦିଶୁଥିବାରୁ ଲୋକଙ୍କ ମନରେ ସନ୍ଦେହ ଆସିଥିଲା । ଏହାପରେ ପୁଲିସକୁ ଖବର ଦିଆଯାଇଥିବାବେଳେ ସ୍ଥାନୀୟ ପୁଲିସ ପଞ୍ଚି ଯୁବକ ଦ୍ୱୟଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି । ବେଡସିଡ ବିକୁଥିବା ଯୁବକ ଦ୍ୱୟଙ୍କ ଘର ଉତ୍ତରପ୍ରଦେଶ ହୋଇଥିବାବେଳେ ସେମାନେ ୪/୫ବର୍ଷ ଧରି ଭଦ୍ରକରେ ବସବାସ କରିଆସୁଥିବା ପୁଲିସ ଜାଣିବାକୁ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ