“ଚୌକିଦାର ଚୋର ହୈ’ ପାଇଁ ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ
ନୂଆଦିଲ୍ଲୀ, (ଯୁଗାବ୍ଦ ନ୍ୟୁଜ) : ଗୁରୁବାର ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା କୋର୍ଟ ଅବମାନନା ମାମଲା ବନ୍ଦ କରିବା ସହ ତାଙ୍କୁ ଚେତାବନୀ ଦେଇଛନ୍ତି । ରାଫେଲ୍ ଚୁକ୍ତିକୁ ନେଇ ରାହୁଲ ପୂର୍ବରୁ କହିଥିଲେ, କୋର୍ଟ କହିଛନ୍ତି “ଚୌକିଦାର ଚୌର ହୈ’? ନିର୍ବାଚନ ପୂର୍ବରୁ ସେ ଏଭଳି କହିଥିଲେ ଏବଂ କୋର୍ଟ ଏଭଳି କେବେ ମଧ୍ୟ କହି ନଥିବାରୁ ସେ କୋର୍ଟଙ୍କ ନିକଟରେ ନିଃସର୍ତ୍ତ କ୍ଷମା ମାଗିବାକୁ ପଡ଼ିଥିଲା । ଆଜି କୋର୍ଟ ଏହି କ୍ଷମାକୁ ଗ୍ରହଣ କରିବା ସହ ମାମଲା ବନ୍ଦ କରିଦେଇଛନ୍ତି । ଅନ୍ୟ ପକ୍ଷରେ ସମାନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, କେହି ଜଣେ ଗୁରୁତ୍ୱପୂର୍ଣ୍ଣ ପଦପବଦୀରେ ଥିବା ସମୟରେ ନିଜ ମତ ମନ୍ତବ୍ୟକୁ ନେଇ ଯତ୍ନବାନ ହେବା ଉଚିତ । ସେ ରାହୁଲଙ୍କୁ ଚେତାବନୀ କହିଥିଲେ, ରାହୁଲ ଗାନ୍ଧି ଭବିଷ୍ୟତରେ ମଧ୍ୟ ଏଭଳି କହିବା ସମୟରେ ସତର୍କ ରହିବା ଦରକାର । ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି । ଏହି ଖଣ୍ଡପୀଠରେ ଜଷ୍ଟିସ୍ ଏସ୍କେ କାଉଲ ଏବଂ ଜଷ୍ଟିସ୍ କେଏମ୍ ଯାଶେଫ୍ ମଧ୍ୟ ସଦସ୍ୟ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ରାହୁଲଙ୍କ “ଚୌକିଦାର ଚୋର ହୈ’ ମନ୍ତବ୍ୟ ନେଇ ବିଜେପି ସାଂସଦ ମୀନାକ୍ଷୀ ଲେଖି ସୁପ୍ରିମକୋର୍ଟରେ କୋର୍ଟ ଅବମାନନା ପିଟିସନ୍ ଦାୟର କରିଥିଲେ । ଆଜି ସୁପ୍ରିମକୋର୍ଟ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ସହ ଏହି ମାମଲାରେ ମଧ୍ୟ ଶୁଣାଣି କରିଥିଲେ ।