ଚୌଦ୍ଵାରରେ ତିରଙ୍ଗା ପଦଯାତ୍ର
ଚୌଦ୍ଵାର,(ସଞ୍ଜୀବ କୁମାର ତିୱାରୀ) : ଜମ୍ମୁ କଶ୍ମୀରର ପହଲଗାମରେ ଗତମାସ ୨୨ ତାରିଖରେ ଆତଙ୍କବାଦୀ ମାନେ ଘଟାଇଥିବା ବର୍ବରୋଚିତ ହତ୍ୟାକାଣ୍ଡରେ ୨୬ଜଣ ନିରିହ ଭାରତୀୟ ପ୍ରାଣ ହରାଇଥିଲେ। ଆମ ଦେଶ ସୈନ୍ୟବାହିନୀଙ୍କ ଦ୍ଵାରା ‘ଅପରେସନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ୯ଟି ଆଡ୍ଡାସ୍ଥଳୀ ଉପରେ ଆକ୍ରମଣ କରାଯାଇ ଧଂଶ କରାଯାଇଥିଲା। ଏହି ପରିପେଖିରେ ସେନା ବାହିନୀର ମନବଳ ବଢ଼ାଇବା ପାଇଁ ରାଜ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା ଜାରି ରହିଛି। ଏନେଇ ଚୌଦ୍ଵାରରେ ଭାରତ ମାତା ର ବିଜୟ ପାଇଁ ଆମ ସେନା ବାହିନୀ କୁ ସମ୍ମାନ ଜଣାଇ ଏକ ଭବ୍ୟ ତ୍ରୀରଙ୍ଗା ପଦ ଯାତ୍ରା ଚୌଦ୍ଵାର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଶା ବିଜେପି ଓବିସି ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଇଂ ଜ୍ଞାନେନ୍ଦ୍ର କୁମାର ସ୍ବାଇଁ ନେତୃତ୍ଵ ରେ ଏହି କାର୍ଯକ୍ରମ ରେ ରାଜ୍ୟ ଓବିସୀ ମୋର୍ଚ୍ଚାର ସଭାପତି ସୁରଥ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ଚୌଦ୍ଵାର ତଳ ବଜ଼ାର ମତ୍ସ୍ୟ ସୋସାଇଟି ନିକଟରୁ ବାହାରି ଗାନ୍ଧି ଛକ ର ଗାନ୍ଧି ମୂର୍ତ୍ତି ରେ ମାଲ୍ୟାର୍ପଣ କରି ଯାତ୍ରା ଶେଷ ହୋଇଥିଲା ।ଏହି କାର୍ଯକ୍ରମ ରେ ଚୌଦ୍ୱାର ପୌରପାଳିକା ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ବିମଳ ବେଉରା, ଆଶୁତୋଷ ଦାସ, ହରିହର ପରିଡା, ମୋନାଲିସା ଦାସ, ସସ୍ମିତା ଦାସ, ବିଜୟ କୁମାର ବେହେରା, ପୁଷ୍ପଲତା ମହାନ୍ତି, ମୀରା ପରିଡ଼ା, ପ୍ରତ୍ୟୁଷା ସାହୁ, ଅକ୍ଷୟ ଭୂୟାଁ, ତନ୍ମୟ ନାୟକ, ଧୀରଞ୍ଜନ ସିଂହ ,ସୋଭେନ୍ ମହାନ୍ତି, ନୃସିଂହ ମହାପାତ୍ର, ସିଦ୍ଧାର୍ଥ ଦାସ, ପ୍ରଶାନ୍ତ ହୋତା , ଉତ୍କଳ ଇଣ୍ଟର ନେସନାଲ୍ ସ୍କୁଲ ର ଚେୟାର ମ୍ୟାନ ଗଣେଶ ବେହେରା , ସଞ୍ଜୟ ମହାରଣା , ସୁଜିତ୍ ଦାସ, ଦୁଷ୍ମନ୍ତ ଦାସ, ଜଗଦୀଶ ପ୍ରଧାନ, ଜୟୀ ଭାଇ ତଥା ଦଳ ଗତ ନିର୍ବିଶେଷରେ ଅନେକ ବୁଦ୍ଧିଜୀବୀ, ସାଙ୍ଗଠନିକ ଅନୁଷ୍ଠାନ, ପୂଜା କମିଟିର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।