ଚୌଦ୍ଵାରରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ସୁଭସ୍ମିତା ଆଗରେ

ଚୌଦ୍ୱାର, (ଦୀପକ୍ କୁମାର ବେଉରା) : ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଚୌଦ୍ୱାର ସହର ଓ ଆଖପାଖ ଅଞ୍ଚଳରେ ଥିବା ହାଇସ୍କୁଲ ଗୁଡିକର ଛାତ୍ରଛାତ୍ରୀ ମାନେ ଉତ୍ସାହ ଜଣକ ରେଜଲ୍ଟ କରିଛନ୍ତି । ଶାଳଗାଁର ସାଧୁଶୁନ୍ଦର ବିଧ୍ୟାପୀଠ ର ଛାତ୍ରୀ ଶୁଭ୍ରସ୍ମିତା ମଲିକ ୫୫୦ନମ୍ବର ରଖି ଆଗୁଆ ଅଛନ୍ତି । ବାଲେଶ୍ୱର ଜିଲ୍ଲାର ମୂଳବାସିନ୍ଦା କୈଳାଶ ମଲିକଙ୍କ ଝିଅ ଶୁଭ୍ରସ୍ମିତା ଏଭଳି ସଫଳତା ହାସଲ କରି ବିଦ୍ୟାଳୟର ନାମ ଉଚ୍ଚା କରିଛନ୍ତି । ସେ ସ୍ଥାନୀୟ କାଟେଣି ଗ୍ରାମରେ ନିଜ ମାମୁଁ ଘରେ ରହି ପାଠ ପଢୁଥିଲେ । ଏହି ବିଧ୍ୟାପୀଠର ୧୦୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ୧୦୪ଜଣ ପାସ କରିଛନ୍ତି । ସେହିପରି ଓଡ଼ିଶାର ଏକମାତ୍ର ସରକାରୀ ଇଂରାଜୀ ମାଧ୍ୟମ ସ୍କୁଲ କଳିଙ୍ଗ ପବ୍ଲିକ ସରକାରୀ ହାଇସ୍କୁଲ ଚଳିତ ବର୍ଷ ଶତ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ ହୋଇଛନ୍ତି । ବିଦ୍ୟାଳୟରୁ ପରୀକ୍ଷା ଦେଇଥିବା ସମସ୍ତ ୬୩ଜଣ ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ବୈଶାଳୀ ପ୍ରଧାନ ୫୪୦ନମ୍ବର ରଖି ବିଦ୍ୟାଳୟର ଟପର ହୋଇଛନ୍ତି । କଳିଙ୍ଗ ଵିଦ୍ୟାପୀଠ ରୁ ୯୩ଜଣଙ୍କ ମଧ୍ୟରୁ ୯୧ ଜଣ ଉତ୍ତୀର୍ଣ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ମମତା ସାହୁ ୫୪୦ନମ୍ବର ରଖି ସ୍କୁଲ ଟପର ହୋଇଛନ୍ତି । ଚୌଦ୍ୱାର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରୁ ୯୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୦ଜଣ ଉତ୍ତୀର୍ଣ ହୋଇଛନ୍ତି । ଓଟିଏମ ହାଇସ୍କୁଲ ରୁ ଚଳିତ ବର୍ଷ ପରୀକ୍ଷା ଦେଇଥିବା ୧୦୬ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୧୦୩ଜଣ ଉତ୍ତୀର୍ଣ ହୋଇଛନ୍ତି ।ସେହିପରି ଚୌଦ୍ୱାର ପୋୖର ହାଇସ୍କୁଲ ରେ ପରୀକ୍ଷା ଦେଇଥିବା ୫୪ଜଣଙ୍କ ମଧ୍ୟରୁ ୩୮ଜଣ ପାସ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ