ଚୌଦ୍ଵାର କଜଳକଣା ଠାରେ ଟସର ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଗାନ୍ଧୀ ଜୟନ୍ତୀ ଅବସରରେ ଖଦି ଗ୍ରାମ ଉଦ୍ୟୋଗ ପ୍ରତିଷ୍ଠାନ ପକ୍ଷରୁ ଚୌଦ୍ୱାର ଶିଳ୍ପାଞ୍ଚଳରେ ଏକ ଟସର ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଆଜି ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶିଳାନ୍ୟାସ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେଦ୍ର ଖଦି ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ବିନାଇ କୁମାର ସକ୍ସେନା, ସିଇଓପ୍ରୀତ ବର୍ମା, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଚୌଦ୍ୱାର ଇଡ୍କୋ ଶିଳ୍ପାଞ୍ଚଳରେ ସେଣ୍ଟ୍ରାଲ ସ୍ଲିଭର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତି ହୋଇଥିଲା । ପରେ କୌଣସି କାରଣ ବସତ ଏହା ସ୍ଥଗିତ ରହିଥିଲା । ପରେ ଏଠାରେ ଟସର ୟାରନ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଏହା ନୂଆପାଟଣା ରେ ଥିବା ଆଦର୍ଶ ଖଦି ଉତ୍ପାଦକସଙ୍ଘ ଦ୍ଵାରା ପରିଚାଳିତ ହେବ । ଏଥିରେ ୩୦ଜଣ ନିଯୁକ୍ତି ସୁଯୋଗ ରହୁଛି । ଏଠାରେ ଉତ୍ପାଦିତ ଟସର ଯୋଗୁଁ ରାଜ୍ୟରେ ସିଳ୍କ ଶାଢ଼ୀ ଉତ୍ପାଦନ କାରୀଙ୍କ ପାଇଁ କଞ୍ଚା ମାଲର ଅଭାବ ରହିବ ନାହିଁ ବୋଲି ଆୟୋଗର ଅଧ୍ୟକ୍ଷ ବିନୟ କୁମାର ସକ୍ସେନା ଭରଚୁଆଲ ଆଡ୍ରେସରେ ପ୍ରକାଶ କରିଥିଲେ ।


