ଚୌଦ୍ଵାର ନୀଳକଣ୍ଠେଶ୍ଵର ଯୁବକ ସଂଘ ତରଫରୁ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଚୌଦ୍ଵାର ପୋରପାଲିକା ର ୧୭ ୱାର୍ଡ ର କପାଲେଶ୍ୱର ନୁଆସାହି ର ନୀଳକଣ୍ଠେଶ୍ଵର ଯୁବକ ସଂଘ ତରଫରୁ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସଂଘର ବରିଷ୍ଠ ସଦସ୍ୟ ରବି ନାରାୟଣ ରାଉଳ ପତାକା ଉତ୍ତୋଳନ କରିଥିଲେ । ପରେ ଅଞ୍ଚଳ ର କୁନିକୁନି ପିଲାମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ବରିଷ୍ଠ ସଦସ୍ୟ ମାନେ ଗଣତନ୍ତ୍ରର ର ମହାନତା ଓ ନିଜ ଅଞ୍ଚଳରେ କିପରି ସବୁଜ ସୁନ୍ଦର ଓ ଉନ୍ନତି କରିବା ଯୁବ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ପ୍ରଭାନନ୍ଦ ସାହୁ,ରମାକାନ୍ତ ସାହୁ,ଜ୍ୟୋତି ପ୍ରକାଶ ନାୟକ,ଶାନ୍ତନୁ ରାଉଳ,ପ୍ରଭାତ ମହାପାତ୍ର, ରଜତ ପଣ୍ଡା,ଦେବାଶିଷ ବେହେରା,ପବିତ୍ର ମୋହନ ଜେନା,ନିତ୍ୟ ପ୍ରକାଶ ସାମଲ, ଧୁର୍ବ ଚରଣ ନାୟକ,ପ୍ରମୋଦ ମହାପାତ୍ର,ପ୍ରକାଶ ପ୍ରଦୀପ ସାମଲ ,ବାପୁନି,ସଂଗ୍ରାମ, ରୁପେଶ ବିଶାଲ,ଦେବାଶିଷ,ପ୍ରଭାତ,ଦିପୁ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଂଘର ଆବାହକ ଅଜୟ ଶର୍ମା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ