ଚୌଦ୍ଵାର ପୋଲିସ କୁ ଚୋର ମାନଙ୍କ ଖୋଲା ଚାଲେଞ୍ଜ
ଚୌଦ୍ଵାର, (ଦୀପକ୍ କୁମାର ବେଉରା): ଚୌଦ୍ୱାର ରେ ଚୋର ମାନଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ରବିବାର ବିଳମ୍ବିତ ରାତି ରେ ଚୌଦ୍ଵାର ଥାନା ସାମ୍ନାରେ ଥିବା ବିନୋରି ମାର୍ବଲ ଦୋକାନର ଆଜବେଷ୍ଟସ ତାଡି ଚୋରି ହୋଇଥିବାର ଜଣାପଡିଛି। ସବୁଦିନ ଭଳି ସ୍ଥାନୀୟ କଳିଙ୍ଗ ବଜାର ଉକ୍ତ ଦୋକାନ ର ମାଲିକ ସଞ୍ଜୟ ସାହୁ ଆଜି ସକାଳେ ନିଜ ଦୋକାନ ଖୋଲିବା ପରେ ଦେଖିଲେ ତାଙ୍କର ଆଜବେଷ୍ଟସ ତଡା ଯାଇଛି ଓ ତାଙ୍କ କ୍ୟାସ୍ ବାକ୍ସ ରୁ ନଗଦ ଟଙ୍କା ଚୋରି ହୋଇଛି। ଏ ନେଇ ଚୌଦ୍ଵାର ଥାନା ରେ ଶ୍ରୀ ସାହୁ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇ ଥିବାର ଜଣା ପଡ଼ିଛି। ଅନ୍ୟ ପକ୍ଷେ ସେହି ସମୟରେ ଥାନାର ୫୦ ମିଟର ଦୂରରେ ଥିବା ଏକ ସଉଦା ଦୋକାନ ରେ ଚୋରି ହୋଇଥିବାର ଜଣାପଡିଛି। ଥାନା ସମ୍ମୁଖରେ ଚୋର ମାନଙ୍କର ଏଭଳି ଉତ୍ପାତ ଯେମିତି ଲାଗୁଛି ଚୋର ମାନେ ଚୌଦ୍ଵାର ପୋଲିସ କୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ।