ଚୌଦ୍ଵାର ପୌରପାଳିକା ୧୦ ନଂ ୱାର୍ଡ ରେ ବିଜୁ ପଟ୍ଟନାୟକ ପାର୍କ ର ଉଦଘାଟନୀ ଉତ୍ସବ ପାଳିତ
ଚୌଦ୍ଵାର, (ଦୀପକ୍ କୁମାର ବେଉରା): ଚୌଦ୍ଵାର ପୌରପାଳିକା ର ୧୦ ୱାର୍ଡ ର ଲେବର୍ ଟେନାମେଣ୍ଟ ରେ ଦେଢ଼ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ବିଜୁ ପଟ୍ଟନାୟକ ପାର୍କ ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ,ସ୍ଥାନୀୟ ବିଧାୟକ ସୈାଭିକ୍ ବିଶ୍ଵାଳ,କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି,ଅଲେଖ କୁମାର ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପରେ ସ୍ଥାନୀୟ ଯଯାତି କେଶରୀ କ୍ଳବ୍ ପ୍ରାଙ୍ଗଣରେ କରୋନା କଟକଣା ଅନୁଯାୟୀ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ କାଉନସିଲର ତଥା ପୂର୍ବତନ ଜିଲ୍ଲା ଯୋଜନା ବୋର୍ଡ ର ସଦସ୍ୟ ଶୁଭେନ୍ଦୁ ସାମଲ ଅତିଥି ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ଦେଇଥିଲେ। ଯଯାତି କେଶରୀ କ୍ଳବ୍ ତରଫରୁ ଭବାନୀ ଶଙ୍କର ମହାରଣା,ଶ୍ରୀନିବାସ ସାହୁ, ନାରାୟଣ ଜେନା ଓ ଅଶୋକ ମଲ୍ଲିକ ଉପସ୍ଥିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଓ କୃତଜ୍ଞତା ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେଡ଼ି ଉପସଭାପତି ପ୍ରେମଚାନ୍ଦ୍ ନାୟକ,ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା,ଯୁବ ସଭାପତି ଅର୍ଜୁନ ପଣ୍ଡା,କରୁଣାକର ସାହୁ,ସୁବ୍ରତ ସାମଲ,ବିରଜା ଦାସ,ରଞ୍ଜନ ସାହୁ, ଉମାଚରଣ ପାତ୍ର,ଜିତେନ୍ଦ୍ର ପରିଡ଼ା, ତିଲେନ୍ ସାହୁ,ଅଶୋକ ମଝି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଚୌଦ୍ଵାର ପୌରପାଳିକା ର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


