ଚୌଦ୍ଵାର ରୁପାଯତ୍ରା ପାଇଁ କମିଶନରେଟ୍ ପୋଲିସ ର ପ୍ରସ୍ତୁତି ବୈଠକ

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚଳିତ ବର୍ଷ ଚୌଦ୍ୱାର ଐତିହାସିକ ଲକ୍ଷ୍ମୀପୂଜା ଓ ରୁପଯାତ୍ରା ପାଳନ କିଭଳି ଶାନ୍ତିଶୃଙ୍ଖଳାର ସହିତ ହେବ ସେ ନେଇ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧିଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ବୈଠକରେ କଟକ ଅତିରିକ୍ତ ଡିସିପି ଅନିଲ କୁମାର୍ ମିଶ୍ର, ଜୋନ-୧ ଏସିପି ଅରୁଣ କୁମାର ସ୍ୱାଇଁ, ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ, ଚୌଦ୍ୱାର ପୌରପାଳିକା ର ପୌରଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ରୂପଯାତ୍ରା ପୂଜା କମିଟି ସଭାପତି ସୁବୋଧ କୁମାର ନାୟକ ପ୍ରମୁଖଙ୍କ ସମେତ ସମସ୍ତ ପୂଜାମଣ୍ଡପ କର୍ମକର୍ତ୍ତା, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇ ଏହି ଐତିହାସିକ ମେଳଣକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ସହ ଏହାର ଗାରିମାକୁ ବଜାୟ ରଖିବା ସମ୍ପର୍କରେ ଆଲୋକପାତ କରିଥିଲେ । ତେବେ ଏହି ମେଳଣଟି ଦୀର୍ଘ ୧୧୭ବର୍ଷ ଧରି ପାଳିତ ହୋଇ ଆସୁଛି । ତେଣୁ ଚଳିତ ବର୍ଷ ଏହି ମେଳଣକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା କ୍ଷେତ୍ରରେ ସମସ୍ତ ଜନସାଧାରଣଙ୍କ ସହଯୋଗ ଲୋଡ଼ା ଯାଇଥିଲା । ପୂର୍ବଭଳି ଚଳିତ ବର୍ଷ ମେଳଣ ପଡ଼ିଆକୁ ୪୩ଖଣ୍ଡ ମେଢ଼ ଶୋଭାଯାତ୍ରାରେ ରୋଷଣି କରି ଆସିବେ ଏବଂ ପରଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ମେଳଣ ନିମନ୍ତେ ରାତି ୧୨ଟା ପର୍ଯ୍ୟନ୍ତ ଶୋଭାଯାତ୍ରା ପାଇଁ ଅନୁମତି ଦେବାକୁ ମେଢ଼ କମିଟି କର୍ମକର୍ତ୍ତାମାନେ ଅନୁରୋଧ କରିଥିଲେ । ମୂର୍ତ୍ତି ବିସର୍ଜନ ନିମନ୍ତେ ନିର୍ମିତ ଅସ୍ଥାୟୀ ଜଳାଶୟ ର ବ୍ୟବସ୍ଥା କରାଯାଇଛି । ସେଠାରେ ମୂର୍ତ୍ତିମାନଙ୍କୁ ବିସର୍ଜନ କରାଯିବ । ଏଥି ସହିତ ଶବ୍ଦ ପ୍ରଦୂଷଣକାରୀ ବାଣ ଓ ସାଉଣ୍ଡ ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ବିଶେଷ କରି ପ୍ରାଣଘାତୀ ଶବ୍ଦ ସୃଷ୍ଟି କରୁଥିବା ଡିଜେ ଉପରେ ରୋକ ଲଗାଯାଇଥିବା ଅତିରିକ୍ତ ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଏଥି ସହିତ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଥିବା ମଧ୍ୟ ଡିସିପି ସୂଚନା ଦେଇଥିଲେ । ଏହି ବୈଠକରେ ଚୌଦ୍ୱାର ଥାନାର ସମସ୍ତ ଅଧିକାରୀ, ଅଞ୍ଚଳର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ମେଳଣ ସମ୍ପର୍କରେ ସୁଚିନ୍ତିତ ମତାମତ ଦେଇଥିଲେ । ଆସନ୍ତା ୩୦ ତାରିଖରେ ସୂଚନା କେନ୍ଦ୍ର ଉଦଘାଟନ, ୩୧ ତାରିଖରେ ମେଢ଼ଗୁଡିକ ରୁପଯାତ୍ରା ପଡିଆକୁ ପହଞ୍ଚିବ ଏବଂ ୧ ତାରିଖ ରେ ଭସାଣି ଶୋଭାଯାତ୍ରା ହେବ ବୋଲି ସୂଚନା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ