ଚୌଦ୍ଵାର ରେ ଖୋଲିଲା ଅଙ୍ଗନବାଡ଼ି କେନ୍ଦ୍ର

ଚୌଦ୍ଵାର(ଦୀପକ୍ କୁମାର ବେଉରା): ଦୀର୍ଘ ଏଗାର ମାସର ବ୍ୟବଧାନ ପରେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରୁ ଶୁଭିଲା ଶିଶୁଙ୍କ କୋଳାହଳ I ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଫେବୃଆରୀ ପହିଲାରୁ ଓଡ଼ିଶାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ସହ ଶିକ୍ଷା ଦାନ ଆରମ୍ଭ ହୋଇଛି । ଏହି ଅବସରରେ ଟାଙ୍ଗୀ ଚୌଦ୍ବାର ବ୍ଳକ୍ ଅନ୍ତର୍ଗତ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରର ମୁଖ୍ୟ ଫାଟକ ଖୋଲିଛି କୋମଳମତି ଶିଶୁମାନଙ୍କ ପାଇଁ I କେନ୍ଦ୍ରରେ ଶିଶୁଙ୍କୁ ସାନିଟାଇଜ କରାଯିବା ସହ ଫୁଲ ଚନ୍ଦନ ଦେଇ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟକୁ ଭବ୍ଯ ସ୍ୱାଗତ କରାଯାଇଛି I ଶିଶୁମାନେ ମଧ୍ଯ ବହୁ ଦିନ ପରେ ନିଜର ଅଙ୍ଗନୱାଡ଼ି ଦିଦି ଏବଂ ସାଙ୍ଗସାଥୀ ପାଇ ବେଶ୍ ଖୁସି ଥିବା ଜଣା ପଡିଛି I ସମସ୍ତ ଶିଶୁ ଆଜି ପ୍ରଥମ ଦିନରେ ୟୁନିଫର୍ମ୍ ପିନ୍ଧି ଉତ୍ସାହର ସହିତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିବା ସହିତ ସାଥିରେ ସେମାନଙ୍କର ଅଭିଭାବକମାନେ ମଧ୍ଯ ଆସି ସରକାରଙ୍କ ନିଷ୍ପତିକୁ ସ୍ୱାଗତ ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ