ଚୌଦ୍ଵାର ରେ ଦୁର୍ଘଟଣା;ମହିଳା ଗୁରୁତର
ଚୌଦ୍ଵାର'(ଦୀପକ୍ କୁମାର ବେଉରା): ମାତ୍ର କିଛି ଦିନ ବ୍ୟବଧାନ ପରେ ଚୌଦ୍ଵାର ରେ ପୁଣି ଏକ ଦୁର୍ଘଟଣା ରେ ମହିଳାଙ୍କ ଅବସ୍ଥା ଗୁରୁତର ।ଆଜି ସକାଳେ ଦେବିନଗର ସ୍କୁଲ ର ଶିକ୍ଷୟତ୍ରୀ ଶ୍ରୀମତୀ ସଲିଳା ବେହେରା ନିଜ ସ୍କୁଟିରେ ରେ କିଛି ଜରୁରୀ କାମ ପାଇଁ ସ୍କୁଲ କୁ ଯିବା ବାଟରେ କଜଳଣା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଦଶ ଚକିଆ ଟ୍ରକ ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଥିଲ । ଘଟଣା ସ୍ଥଳରେ ପ୍ରବଳ ରକ୍ତସ୍ରାବ ହେବା ଦେଖି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ବଡ଼ ମେଡ଼ିକାଲ କୁ ପଠାଇଥିଲେ । ଘଟଣସ୍ଥଳରେ ଚୌଦ୍ଵାର ପୋଲିସ ପହଞ୍ଚି ଟ୍ରକ୍ ଟିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।