ଚୌଦ୍ଵାର ରେ ନକଲି ଗୁଆଘିଅ ଓ ସସ୍ କାରଖାନା ଠାବ

ଚୌଦ୍ଵାର:(ଦୀପକ୍ କୁମାର ବେଉରା) ଚୌଦ୍ଵାର ଥାନା ରେ ନୂଆକରି ଯୋଗ ଦେଇଥିବା ଆଇ.ଆଇ.ସି ଙ୍କୁ ମିଳିଲା ସଫଳତା । ଦୀର୍ଘଦିନ ଧରି ଚୌଦ୍ଵାର ଅଞ୍ଚଳର ୯ ନମ୍ୱର୍ ୱାର୍ଡ ସରଦେଇ ମନ୍ଦିର ରାସ୍ତାରେ, ବାଳିକା ଉଚ୍ଚବିଦ୍ୟାଳୟ ସାମ୍ନାରେ ଏକ ଭଡ଼ା ଘରେ ନକଲି ଗୁଆଘିଅ ଓ ସସ୍ କାରଖାନା ଚାଲିଥିବାର ଖବର ପାଇ ଚୌଦ୍ଵାର ଥାନା ଚଢାଉ କରିଥିଲେ । ଚଢାଉ କରିବା ସମୟରେ ବିପୁଳ ପରିମାଣର ନକଲି ଗୁଆଘିଅ, ସସ୍ ଓ ତିଆରି କରିବା ଯନ୍ତ୍ରାଂଶ, ବୋତଲ, ଡବା,କଞ୍ଚାମାଲ୍ ଠିପି ସିଲ୍ ମେସିନ ଜବତ କରି ଜଣକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି । ଏହି ଦ୍ରବ୍ୟ ପ୍ରସ୍ତୁତି ବେଳେ ଅପମିଶ୍ରଣ ହୁଏ ବୋଲି ଜଣାପଡିଛି ।
ବିଗତ ବହୁତ ଦିନ ଧରି ଏଭଳି ନକଲି କାରଖାନା ଚୌଦ୍ଵାର ରେ ଚାଲିଥିଲା ବେଳେ ନୂଆ କରି ଯୋଗ ଦେଇଥିବା ଆଇ.ଆଇ.ସି ଶ୍ରୀ ପତିଙ୍କର କାର୍ଯ୍ୟ ଶୈଳୀକୁ ସାଧାରଣରେ ପ୍ରଶଂସା କରାଯାଉଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ