ଚୌଦ୍ଵାର ରେ ରକ୍ତଦାନ ଶିବିର

ଚୌଦ୍ଵାର, (ଦୀପକ୍ କୁମାର ବେଉରା): ଆଞ୍ଚଳିକ ସାମ୍ବାଦିକ ସଂଘ,ଟାଙ୍ଗିଚୌଦ୍ୱାର ,ଫୋଟୋଗ୍ରାଫର ଅସୋସିଆସନ,ଚୌଦ୍ୱାର ଓ ସମ୍ବାଦ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଚୌଦ୍ୱାରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବୀର ଆୟୋଜିତ ହୋଇଯାଇଛି । ମହିମା ପାଲେଶରେ ଆୟୋଜିତ ଏହି ଶିବିରରୁ ମୋଟ ୬୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।ଶିବିରର ଉଦ୍ଘାଟନୀ କାର‌୍ୟ୍ୟକ୍ରମରେ ସସ୍ମିତା ଦାସ, ପ୍ରଶାନ୍ତ ବରାଳ, ଶୁଭେନ୍ଦୁ ସାମଲ, ସୁବ୍ରତ ସାମଲ, ଆଇନଜୀବୀ ତାପସ ନାୟକ ,ଇମ୍ଫା ଲୋକ ସମ୍ପର୍କ ଅଧିକାରୀ ଧ୍ରୁବ ଚରଣ ରାଉତ ପ୍ରମୁଖ ଅତିଥିଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସହିତ କରିଥିଲେ । କଟକ ରେଡ଼କ୍ରସ ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।ସାମ୍ବାଦିକ ସଙ୍ଘ ସଭାପତି ସତ୍ୟବ୍ରତ ଦାସ, ଫୋଟୋଗ୍ରାଫର ଆସୋସିଏସନର ଉପସଭାପତି ସୁବିର ଦାସ, ସମ୍ବାଦ ପ୍ରତିନିଧି କମଳା କାନ୍ତ ନାୟକ, ପ୍ରୀତିରଞ୍ଜନ ବେହେରା ଶିବିରକୁ ପରିଚାଳନା କରିଥିଲେ । କୋଭିଡ୧୯ ର ସମସ୍ତ ନିୟମ କୁ ପାଳନ କରାଯାଇ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏ ଶିବିର ପରିଚାଳନା ରେ ସଂଜୀବ ତିୱାରୀ, ମିର୍ଜା ନସିମ ବେଗ,ଶିବବ୍ରତ ଦାସ, କୁନା ନାୟକ, ହରିହର ବେଉରା, ଦୀପକ ବେଉରା, ରାଜେଶ ନାୟକ , ଗୋକୁଳନନ୍ଦ ସାହୁ, ରମେଶ ଚନ୍ଦ୍ର ମହାପାତ୍ର, ଗୋପୀ ନାଇଡୁ, ତ୍ରିନାଥ ମାହୁନ୍ତ, ସେକ ସୋବାନ, ପରୀକ୍ଷିତ ଲେଙ୍କା, ଆଲୋକ ଦାସ, ସ୍ୱାଧୀନ ଜେନା, ସ୍ମୃତିରଞ୍ଜନ ଜେନା, ନିହାର ରଞ୍ଜନ ଖିଲାର,ରୁଦ୍ରଶିଷ ନାଥ, ଶିବବ୍ରତ ହୋତା, ଯୁବ ସମାଜସେବୀ ପ୍ରଶାନ୍ତ କୁମାର ବେହେରା ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ