ଚୌଦ୍ଵାର ରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ଚୌଦ୍ୱାର ତରଫରୁ ଧ୍ୟାନ ଵୃକ୍ଷ ରୋପଣ

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଶ୍ରୀ ସତ୍ୟସାଇ ସେବା ସଂଗଠନ ଚୌଦ୍ୱାର ତରଫରୁ ପ୍ରଶାନ୍ତି ରୁ ଆସିଥିବା ଧ୍ୟାନ ଵୃକ୍ଷ(ବଟ କଳ୍ପ) ରୋପଣ କରାଯାଇଛି। ଶନି ମନ୍ଦିର କପାଳେଶ୍ୱର ଏବଂ ପୋଷ୍ୟ ଗ୍ରାମ ହନୁମାନ ହୁଡା ଠାରେ ପ୍ରଥମେ ଭୂମି ପୂଜା ଯାଇଥିଲା। ପରେ ଷୋଡଶ ଉପଚାର ପୂଜା ସମ୍ପାଦନା କରାଯାଇ ଉଭୟ ସ୍ଥାନରେ ଯଥାବିଧି ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ସଂଗଠନ ର ଆବାହକ ଶ୍ରୀ ରଞ୍ଜିତ କୁମାର ପ୍ରଧାନ, ଯୁବ ସଂଯୋଯକ ଶ୍ରୀ ଏମ୍ ନବୀନ ରାଓ,ବରିଷ୍ଠ ସଦସ୍ୟ ଶ୍ରୀ ପ୍ରକାଶ କୁମାର ପଣ୍ଡା , ସିଦ୍ଧାର୍ଥ ଚାନ୍ଦ, ପ୍ରକାଶ କୁମାର ଦାସ, ପ୍ରଦୀପ୍ତ କୁମାର ପଣ୍ଡା, ବିଜୟ କୁମାର ପରିଡା,ସୁଧାଂଶୁ ଶେଖରସାହୁ,ରାଜେଶ ନାୟକ,ବିକାଶ ଲେଙ୍କା, ବିଶ୍ୱଜିତ ଜେନା, ସାଇ ଦିବ୍ୟଂଶୁ,ବିଜୟ ଲଷ୍ମୀ ରାଉତ, ଅପରାଜିତା ପଣ୍ଡା ପ୍ରମୁଖ ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ