ଚୌଦ୍ଵାର ରେ ସଟ୍ ଡାଉନ୍ କଡାକଡି
ଚୌଦ୍ଵାର, (ସଞ୍ଜୀବ କୁମାର ତିୱାରୀ):କରୋନା ବିଶ୍ୱ ସମୁଦାୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ ପ୍ରତ୍ୟେକ ଦେଶ କୋଭିଡ-୧୯ କୁ ନେଇ ଚିନ୍ତିତ ହୋଇପଡିଛନ୍ତି।
ଓଡ଼ିଶାରେ ପ୍ରବାସୀ ନିଜ ଭିଟାମାଟି କୁ ଫେରୁଥିବା ବେଳେ ସେମାନଙ୍କ ଠାରେ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛି। ରାଜ୍ୟ ସରକାର ୧୧ ଟି ଜିଲ୍ଲା ରେ ଶନି ଓ ରବିବାର ସଟ ଡାଉନ ଜାରି କରାଯାଇଛି। କମିଶନରେଟ ପୋଲିସ ଅଧୀନରେ ଆସୁଥିବା ଚୌଦ୍ଵାର ଥାନା ଅଂଚଳରେ ଆଜି ପ୍ରଥମ ଦିନରେ ସମ୍ପୂର୍ଣ ଶାନ୍ତି ପୂର୍ଣ ଭାବେ ଶେଷ ହୋଇଛି ।ଥାନା ଅଞ୍ଚଳରେ ସମସ୍ତ ଦୋକାନ ବଜାର ଓ ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି।ଫଳରେ ଚୌଦ୍ଵାର ସହରାଞ୍ଚଳ ଓ ଟାଙ୍ଗୀ ଚୌଦ୍ଵାର ବ୍ଲକ ରେ ବିଭିନ୍ନ ରାସ୍ତା ଘାଟ ଜନ ଶୂନ୍ୟ ହୋଇପଡିଥିବା ଦେଖିବାକୁ ମିଳିଛି।ଚୌଦ୍ଵାର ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଂଚଳରେ ପେଟ୍ରୋଲିଂ ଜୋରଦାର ଥିବା ମଧ୍ୟ ଦେଖିବାକୁ ମିଳୁଛି।ଖିଲାପ କାରୀ ଙ୍କ ଠାରୁ ତଣ୍ଡ ଆଦାୟ କରାଯାଉଛି। ଚୌଦ୍ୱାର ଥାନା ଓ ବିରାଟ ବଜାର ଠାରେ ଦୁଇଟି ଆସ୍ଥାଇ କ୍ୟାମ୍ପ କରାଯାଇଛି।ଆଇଆଇସି ପଦ୍ମନାଭ ପ୍ରଧାନ ନିଜେ ମଧ୍ୟ ବିଭିର୍ଣ୍ଣ ଜାଗା ବୁଲି ସମସ୍ତ ବ୍ୟବସ୍ଥାର ତଦାରଖ କରୁଥିବା ଦେଖା ଦେଇଥିଲା । ଜନସାଧାରଣ ମଧ୍ୟ ପୋଲିସ୍ କୁ ସହଯୋଗ କରୁଛନ୍ତି।ଚୌଦ୍ୱାର ଥାନା ସୀମା ନୂଆପାଟଣା ବ୍ରିଜ, ବିରୂପା ବ୍ରିଜ ଓ ହରିପୁର ଠାରେ ମଧ୍ୟ ପୋଲିସ ମୃତୟନ କରାଯାଇଛି।