ଚୌଦ୍ୱାରରେ ଯୁବକଙ୍କ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା
ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ସହରରେ ପୁଣି ଜଣେ ଯୁବକଙ୍କ ଆତ୍ମହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି ।ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି ଚୌଦ୍ୱାର ଥିବା ପୂର୍ତ୍ତ ବିଭାଗ କଲୋନୀ ରେ ରହୁଥିବା ବିଚିତ୍ରାନନ୍ଦ ଭୂୟାଁଙ୍କ ପୁଅ ବିପିନି ଭୂୟାଁ(୧୮) । ସେ ଶନିବାର ନିଜଘରେ ଫ୍ୟାନରେ ପ୍ଲାଷ୍ଟିକ ଦୌଡ଼ି ସାହାଯ୍ୟରେ ଝୁଲି ଆତ୍ମହତ୍ୟା କରିଥିଲେ ।ଦିନ ଦୁଇଟା ବେଳେ ପରିବାର ଲୋକେ କବାଟ ବାଡେଇବାରୁ ସେ ନଖୋଲିବାରୁ କବାଟ ଭାଙ୍ଗି ଦେଖିବା ବେଳେ ବିପିନି ଫ୍ୟାନରେ ଝୁଲୁଥିବ ଅବସ୍ଥାରେ ଉଦ୍ଧାର କରିଥିଲେ ମଧ୍ୟ ତାର ପ୍ରାଣବାୟୁ ଉଡିଯାଇଥିଲା । ପରେ ଚୌଦ୍ୱାର ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ମୃତ ଶରୀରକୁ କଟକ ଏସସିବି ମେଡିକାଲ ପଠାଯାଇ ଏହାର ତଦନ୍ତ ଜାରି ରହିଛି । ଗତ ଦୁଇଦିନ ମଧ୍ୟରେ ସହରରେ ଏହା ଦ୍ୱିତୀୟ ଆତ୍ମହତ୍ୟା ଘଟଣା ହୋଇଥିବା ବେଳେ ଚୌଦ୍ୱାର ରେ ଶୋକ ର ଛାୟା ଖେଳି ଯାଇଛି। ଆଜି ଆତ୍ମହତ୍ୟା କରିଥିବା ବିପିନି ଜଗତପୁର ଲଷ୍ମୀନାରାୟନ ସାହୁ କଲେଜ ରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପରିକ୍ଷା ଦେଇଥିଲା । ପରିକ୍ଷା ଫଳ ବାହାରିବା ଡେରି ଯୋଗୁଁ ବିପିନି ମାନସିକ ଭାରସାମ୍ୟ ହରାଇ ଏପରି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି ।