ଚୌଦ୍ୱାର ଓଟିଏମ କାରଖାନା ରେ ଅଗ୍ନିକାଣ୍ଡ
ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଆଜି ମଧ୍ୟାହ୍ନ ରେ ଚୌଦ୍ୱାର ରେ ଥିବା ଓଟିଏମ ଲୁଗା କଳ ପରିସରରେ ଦେଖିବାକୁ ମିଳିଥିଲା ଭୟାବହ ଅଗ୍ନିକାଣ୍ଡ । କାରଖାନାର ପଛ ପାର୍ଶ୍ୱରେ ଥିବା ଜଙ୍ଗଲିଆ ଅଞ୍ଚଳରେ କୌଣସି କାରଣରୁ ଅଗ୍ନି ସଂଯୋଗ ହୋଇ ଘଟିଥିଲା ଏହି ଅଗ୍ନିକାଣ୍ଡ। ସମଗ୍ର ଅଞ୍ଚଳରେ ଶୁଖିଲା ଘାସ ଓ ଗଛ ଥିବାରୁ ନିଆଁ ଅଳ୍ପ ସମୟରେ ଏକର ଏକର ଅଞ୍ଚଳ କୁ ବ୍ୟାପି ଯାଇଥିଲା । ଏହି ଅଗ୍ନିକାଣ୍ଡ ବିଷୟରେ ଓଟିଏମ ବଞ୍ଚାଅ ସଂଗଠନର ସଭାପତି ଦୀପକ ବାରିକ ଅଗ୍ନିଶମ ଓ ପୋଲିସ କୁ ଖବର ଦେଇଥିଲେ । ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଗାଡି ପହଞ୍ଚି ନିଆଁ କୁ ଆୟତ କରିଥିଲେ। ଅଗ୍ନିକାଣ୍ଡ ର ଖବର ପାଇ ଲିକୁଡେଟର ଅନନ୍ତ ସେଠି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ଓଟିଏମ ରୁ ଚୋରି କରୁଥିବା ବ୍ୟକ୍ତି ମାନେ ଏହି ନିଆଁ ଲାଗାଇଥିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରଶାସନ ଓଟିଏମ ର ସୁରକ୍ଷା କୁ ନଜର କୁ ନେଉନାହାନ୍ତି ବୋଲି ଓଟିଏମ ବଞ୍ଚାଅ ସଂଗଠନ ର ସଭାପତି ଶ୍ରୀ ବାରିକ ପ୍ରକାଶ କହିଛନ୍ତି।


