ଚୌଦ୍ୱାର ପୌରପାଳିକାର ଦୁଇ ନମ୍ବର ୱାର୍ଡରେ ସୂକ୍ଷ୍ମ ଅପଚୟ କେନ୍ଦ୍ର(ଏମସିସି)ନିର୍ମାଣ କୁ ବିରୋଧ
ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଚୌଦ୍ୱାର ପୌରପାଳିକା ର ଦୁଇ ନମ୍ୱର୍ ୱାର୍ଡ ରେ ସୂକ୍ଷ୍ମ ଅପଚୟ କେନ୍ଦ୍ର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ଏହି କାର୍ଯ୍ୟ କୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଚୌଦ୍ୱାର ପୌର ପାଳିକା ଚତୁପାର୍ଶ୍ଵ କୁ ଅଣଦେଖା କରି ଏହି କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଅଷ୍ଟଶମ୍ଭୁ ମଧ୍ୟରେ ଥିବା ଶ୍ରୀ ଚାଟେଶ୍ୱର ଓ ଶ୍ରୀ ବଟେଶ୍ୱର ସଂଲଗ୍ନ ରେ ଅଛି ଗ୍ରାମବାସୀଙ୍କ ସ୍ମଶାନ, କବରସ୍ଥାନ ଓ ଇଦଗା ଯେଉଁଠାରେ ତିନି ହଜାର ଲୋକ ନମାଜ ପାଠ କରନ୍ତି । ମାତ୍ର ପୌର ପାଳିକା କାହା ସ୍ୱାର୍ଥ ପାଇଁ ଏ ସବୁକୁ ଅଣଦେଖା କରି କାର୍ଯ୍ୟ ଆରମ୍ଭ କରିଛି ତାହା ଏକ ପ୍ରଶ୍ନବାଚୀ । ଏକ ବର୍ଷ ପୂର୍ବରୁ ଏ ବିଷୟରେ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ଗ୍ରାମବାସୀ ତଥାପି ସେ ନିରବ ଦ୍ରଷ୍ଟା ରହିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି କି ପୌର ପାଳିକା ନିର୍ଦିଷ୍ଟ ରାଜନୈତିକ ଚାପରେ କାମ କରୁଛି ।ଏ ନେଇ ଆଜି ସ୍ଥାନୀୟ ଅଧିବାସୀ ଅଭିଯୋଗ ପାଇଁ ପୌର ପାଳିକା ଯାଇଥିଲେ ମଧ୍ୟ ନିର୍ବାହୀ ଅଧିକାରୀ ଉଦ୍ଧେଶ୍ୟ ରେ ଅଭିଯୋଗ ପତ୍ର ଦେଇଥିଲେ ।