ଚୌଦ୍ୱାର ରେ ଥିବା ସମସ୍ତ ଧାର୍ମିକପୀଠ ଓ ମନ୍ଦିର ଖୋଲିବାକୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଆଜିକୁ ଏଗାର ମାସ ହେବ କୋଭିଡି ର କରୋନା ମହାମାରୀ ସମୟ ରୁ କେନ୍ଦ୍ରସରକାର ଓ ରାଜ୍ୟସରକାର ଙ୍କ କୋଭିଡି କଟକଣା ନିୟମ ପାଇଁ ସମସ୍ତ ଧାର୍ମିକ ପୀଠ ସବୁ ବନ୍ଦ ଥିଲା । ଆଜି ଉଦ୍ଧାର ଫାଉଣ୍ଡେସନ ସଂଗଠନ ତରଫରୁ ଚୌଦ୍ୱାର ଅଞ୍ଚଳ ରେ ଥିବା ଅଷ୍ଟଶମ୍ଭୁ ଶୈବ ପୀଠ , କାଳୀମନ୍ଦିର, ଲଷ୍ମୀନାରାୟଣ ମନ୍ଦିର, ସାଇମନ୍ଦିର, ହନୁମାନ ମନ୍ଦିର ଦୁର୍ଗାମନ୍ଦିର ଓ ଅନ୍ୟାନ ସମସ୍ତ ସମ୍ପ୍ରଦାୟ ଧାର୍ମିକ ପୀଠ ଯଥା ଖ୍ରୀଷ୍ଟିଆନ ମାନଙ୍କ ଗୀର୍ଜା ଓ ମୁସଲିମ ମାନଙ୍କ ମସଜିଦ ଧାର୍ମିକ ପୀଠ ସବୁ ବନ୍ଦ ଥିଲା କିନ୍ତୁ ବର୍ତମାନ କରୋନା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଓଡିଶା ର କିଛି ଜିଲ୍ଲା ରେ ଜିଲ୍ଲାପାଳ ମହୋଦୟ ମାନେ କୋଭିଡି କଟକଣା ମଧ୍ୟରେ କୋଭିଡି ନିୟମ କୁ ବଳବତ୍ତର ରଖି ମନ୍ଦିର ଖୋଲିବାକୁ ନିଷ୍ପତି ନେଇଛନ୍ତି । ତେଣୁ ଉଦ୍ଧାର ଫାଉଣ୍ଡେସନ ସଂଗଠନ ତରଫରୁ ଜିଲ୍ଲାପାଳ କଟକ ମହୋଦୟ ଙ୍କୁ ଚୌଦ୍ୱାର ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପବିତ୍ର ବେହେରା ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଗଲା | ଏହି ଦାବିପତ୍ର ରେ ଚୌଦ୍ୱାର ର ସମସ୍ତ ଜାତି, ଧର୍ମ ର ବରିଷ୍ଠ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ ର ସମସ୍ତ କର୍ମକର୍ତା ଜିଲ୍ଲାପାଳ ମହୋଦୟ ଙ୍କୁ ଅନୁରୋଧ ସହ ଦାବୀ ଉପସ୍ଥାପନ କରୁଅଛୁ କି ଯେତେ ଶୀଘ୍ର କୋଭିଡି ନିୟମ କଟକଣା କୁ ବଳବତ୍ତର ରଖି ହିନ୍ଦୁ ଙ୍କ ମନ୍ଦିର , ମୁସଲମାନ ଙ୍କ ମସଜିଦ ଓ ଖ୍ରୀଷ୍ଟିଆନ ଙ୍କ ଗୀର୍ଜା ସହ ସମସ୍ତ ଧାର୍ମିକ ପୀଠ ଓ ମନ୍ଦିର ଖୋଲିବାକୁ ଅନୁମତି ପ୍ରଦାନ କରନ୍ତୁ. ଏହି କାର୍ଯ୍ୟ ରେ ସଂଗଠନ ର ବରିଷ୍ଠ ଉପଦେଷ୍ଟା କିରଣବଳା ନାୟକ, ବରିଷ୍ଠ ସଦସ୍ୟ ଆବେଶ କମଲ, ଶ୍ରୀକାନ୍ତ ଜେନା,ସରୂପ ଷଢଙ୍ଗୀ, ଜନ୍ମେଞ୍ଜୟ ମିଶ୍ର,ସରୋଜ ସାହୁ, ସତ୍ୟପ୍ରକାଶ ମଲିକ ଓ ରାଜା ମଲିକ ପ୍ରମୁଖ ଦାବୀ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ