ଚୌଦ୍ୱାର ସର୍କଲ ଜେଲ ରେ ଜଣେ ବିଚାରଧୀନ କଏଦୀ ର ସନ୍ଦେହଜନକ ମୃତ୍ୟୁ
ଚୌଦ୍ୱାର,(ସଞ୍ଜୀବ କୁମାର ତିୱାରୀ) :ଚୌଦ୍ୱାର ସ୍ଥିତ ସର୍କଲ ଜେଲ ରେ ଜଣେ ବିଚାରଧୀନ କଏଦୀ ର ସନ୍ଦେହଜନକ ମୃତ୍ୟୁ ହୋଇଛି।ମୃତ କଏଦୀ ଜଣକ ହେଉଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ପ୍ରସନ୍ନପୁର ଗ୍ରାମର ବଳରାମ ସ୍ୱାଇଁ(୩୪) ।ପ୍ରସନ୍ନ ଆଜି ଜେଲ ମଧ୍ୟରେ ନିଜ ଗାମୁଛା ବେକରେ ବାନ୍ଧି ପାଇଖେନା ମଧ୍ୟରେ ଆତ୍ମହତ୍ୟା କରିଥିବା ଜେଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି।ଜେଲ ପାଇଖେନା ରେ ଗାମୁଛା ଦ୍ଵାରା ଆତ୍ମହତ୍ୟା କରିବାର ସୂଚନା ପାଇ ତାକୁ ସେଠାରୁ ଉଦ୍ଧାର କରି କଟକ ବଡମେଡିକାଲ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ମୃତକ ବଳରାମ ଏକ ହତ୍ୟା ଅଭିଯୁକ୍ତ ଭାବେ ଜଗତସିଂହପୁର ଆଳି ପିଙ୍ଗଳ ଜେଲରେ ବିଚାରଧୀନ କଏଦୀ ଭାବେ ରହୁଥିଲେ ।ସେଠାରେ ତାଙ୍କର ମାନସିକ ସମସ୍ୟା ଦେଖାଦେବାରୁ ଉର୍ଣ୍ଣତ ଚିକିତ୍ସା ପାଇଁ ତାଙ୍କୁ ଗତ ମାର୍ଚ୍ଚ ୮ତାରିଖରେ ଚୌଦ୍ୱାର ଜେଲକୁ ଅଣାଯାଇ କଟକ ବଡ ମେଡିକାଲ ମାନସିକ ୱାର୍ଡ ରେ ଚିକିତ୍ସଛିତ ହେଉଥିଲେ।ଜେଲ କତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ଘଟଣା କହୁଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡିବ ।


