ଚୌଧୁରୀ ଟିକରପଡ଼ା ଶାଖାରେ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଳିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ ) : ଦିଗପହଣ୍ଡି – ଚିକିଟି ଦିବ୍ୟ ଜିଲ୍ଲା ସହଯୋଗରେ ଚୌଧୁରୀ ଟିକରପଡ଼ା ଗ୍ରାମରେ ଦିବ୍ୟ ଜୀବନ ସତ୍ସଙ୍ଗ କେନ୍ଦ୍ର ଦ୍ୱାରା ଗ୍ରାମରେ ଥିବା ଗୋପିନାଥ ମନ୍ଦିରରେ ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସାଧନା ଦିବସ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ଜୟଗଣେଶ କୀର୍ତ୍ତନ, ଗୁରୁସ୍ତୋତ୍ର, ଗୁରୁପାଦ ପୂଜା, ଜପଧ୍ୟାନ, (ଓଁ ଶ୍ରୀ ଚିଦାନନ୍ଦାୟ ନମଃ) ଅର୍ଚ୍ଚନା କରିବା ସହ ଭଜନ କୀର୍ତ୍ତନ ପରିବେଷଣ କରାଯିବା ସହ ସ୍ୱାମୀଜୀମାନଙ୍କ ଦ୍ୱାର ଆଶୀର୍ବଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ, ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ଅତିଥିମାନଙ୍କ ମଧ୍ୟରେ ଗଣେଶ ପ୍ରସାଦ ପଣ୍ଡା, କୁଞ୍ଜ ବିହାରୀ ପାଢ଼ୀ, ସୀମାଞ୍ଚଳ ପଣ୍ଡା, ନାରାୟଣ ଗୌଡ଼, ଲକ୍ଷ୍ମୀ ନାରାୟଣ ସୁବୁଦ୍ଧି ଯୋଗଦାନ କରିଥିଲେ । ଚିକିଟି ଦିବ୍ୟ ଜିଲ୍ଲାର ଶଖାଗୁଡ଼ିକର ଉନ୍ନତି ନିମନ୍ତେ ସାଂଗଠନିକ ଆଲୋଚନା ହୋଇଥିଲା । ସ୍ୱାମୀଜୀମାନେ କହିଥିଲେ – ଜୀବନର ଏକମାତ୍ର ଲକ୍ଷ ଈଶ୍ୱର ସାକ୍ଷାକ୍ରାର ଅଟେ । କିନ୍ତୁ ଜୀବ ଅହଂକାର ମୋହ ବଶତଃ ବନ୍ଧନରେ ପଡ଼ି ବାରମ୍ବାର ଜନ୍ମ ଓ ମୃତ୍ୟୁ ଭୋଗ କରିଥାଏ । ସଂସାର ମିଥ୍ୟା, ଶରୀର ଅନିତ୍ୟ, ଭଗବାନ ପରମାତ୍ମା ସତ୍ୟ ଅଟନ୍ତି । ତଥାପି ମାୟାର ଏତେ ପ୍ରଭାବ ଯେ, ବଦ୍ଧ ଜୀବ ସବୁ ଜାଣି ଅଜ୍ଞାନବଶତଃ ମୋହ ମାୟାରେ ପଡ଼ି ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ି ବାର ବାର ଜନ୍ମ ହେଉଥାଏ, ବାର ବାର ମରିଥାଏ, ତଥାପି ପରମାତ୍ମାଙ୍କ ପାଇବା ପାଇଁ ଚେଷ୍ଟା କରେ ନାହିଁ । କନ୍ତୁ ମହାପୁରୁଷମାନଙ୍କର ବାଣୀ (ଶିବାନନ୍ଦ ବାଣୀ ଓ ଚିଦାନନ୍ଦ ବାଣୀ), ମୁନି ଋଷିମାନଙ୍କର ଧର୍ମଗ୍ରନ୍ଥ , ବେଦ, ଉପନିଷଦ୍, ବ୍ରହ୍ମସୂତ୍ର, ଗୀତା, ଭାଗବତ, ଶ୍ରୀରାମ ଚରିତ ମାନସ ଓ ମହାପୁରାଣମାନେ ମାର୍ଗଦର୍ଶକ ହେଉଛନ୍ତି । କିନ୍ତୁ ଏ ସବୁ ଅଧ୍ୟୟନ ନ କରି କେବଳ କାମିନୀ (ସ୍ତ୍ରୀ ପାଇଁ ପୁରୁଷ ଏବଂ ପୁରୁଷ ପାଇଁ ସ୍ତ୍ରୀ), କାଞ୍ଚନ (ଧନ) – ଏହି ଦୁଇଗୋଟିର ମାୟାରେ ପଡ଼ି ମନୂଷ୍ୟ ପରମାତ୍ମାଙ୍କୁ ଭୁଲି ଯାଉଛି । ତେଣୁ ଶ୍ରଦ୍ଧା, ନିଷ୍ଠା, ବିଶ୍ୱାସ, ଭକ୍ତି,ଭାବ ସହ ନିରନ୍ତର ଅଖଣ୍ଡ ଜପ ଓ ଦୃଢ଼ ବିଶ୍ୱାସ ଭଗବାନଙ୍କ ପାଖରେ ରଖିବା ଦ୍ୱାରା ସେ ନିଶ୍ଚିତ ଭାବେ ଏହି ଜନ୍ମରେ ଈଶ୍ୱର ସାକ୍ଷାକ୍ରାର କରିଥାଏ ବୋଲି ସ୍ୱାମୀଜୀମାନେ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସଂକେତ କୁମାର ଦାଶ, ସୀତାରାମ ଆଚାର୍ଯ୍ୟ, ମନୋଜ ପଲାଇ, ଟୁକୁନା ସ୍ୱାଇଁ ଭଜନ କାର୍ଯ୍ୟରେ ସହଯୋଗ କରିଥିଲେ । ଧ୍ୱଜସୁନ୍ଦର ସାହୁ, ନକୁଳ ସାହୁ, କାଳୁ ଚରଣ ସାହୁ, ସଦାନନ୍ଦ ସାହୁ, ସନ୍ୟାସୀ ସାହୁଙ୍କ ସମେତ ଗ୍ରାମର ଓ ଆଖପାଖ ଶାଖାର ଅନେକ ଗୁରୁଭାଇ ଭଉଣୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷର ଧ୍ୱଜ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ