ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଭାରତ ପ୍ରସ୍ତୁତ – ଧର୍ମେନ୍ଦ୍ର ପ୍ରଧାନ

ମୁମ୍ବାଇ/ଭୁବନେଶ୍ୱର: ଡିସେମ୍ବର , ଉର୍ଜାର ଆମଦାନୀ ଏବଂ ମୂଲ୍ୟ ସି୍ଥର ରଖିବା ଭାରତୀୟ ବଜାରରେ ସଂପ୍ରତି ଚ୍ୟାଲେଞ୍ଜ ସଦୃଶ ହୋଇଥିବା ବେଳେ ଏହି ଦୁଇଟି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଭାରତ ପ୍ରସ୍ତୁତ ବୋଲି ମଙ୍ଗଳବାର ମୁମ୍ବାଇ ଠାରେ ଟାଇମ୍ସ ନାଓ’ର ଭାରତ ଅର୍ଥନୀତି କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଯେ ବର୍ତମାନ ଭାରତ ଉର୍ଜା ଉପରେ ନିର୍ଭରଶୀଳ । ଦୈନନ୍ଦିନ ଜୀବନରେ ଉର୍ଜା ନିତ୍ୟ ବ୍ୟବହାର‌୍ୟ୍ୟ ହୋଇପଡିଛି । ବିଶ୍ୱରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ବ୍ୟବହାରକାରୀ ଦେଶ ହୋଇଛି । ଭାରତର ଅର୍ଥନୀତି ଉପରେ ଆମଦାନୀର ଚାପ ପଡୁଥିବା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉର୍ଜା କ୍ଷେତ୍ରରେ ଭାରତ ୭୦ରୁ ୮୦ ପ୍ରତିଶତ ବିଦେଶରୁ ଆମଦାନୀ କରୁଛି । ତେବେ ଆଗାମୀ ଦିନରେ ଭାରତ ଆଧୁନିକ ବିଜ୍ଞାନ ଏବଂ ନୂଆ ଜ୍ଞାନକୌଶଳ ମାଧ୍ୟମରେ ଏହି ଆମଦାନୀକୁ ହ୍ରାସ କରିବାର ଲକ୍ଷ୍ୟ ରଖିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୫ ବର୍ଷରେ ରାଜସ୍ୱ ଅପେକ୍ଷା ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଅଧିକ ଉତ୍ପାଦନ ହେଲେ ରାଜସ୍ୱ ମଧ୍ୟ ବୃଦ୍ଧି ପାଇବ । ଦେଶରେ ଗ୍ୟାସର ଉତ୍ପାଦନ ବୃଦ୍ଧି ପାଇଥିବା ବେଳେ ପ୍ରାକୃତିକ ପ୍ରଭାବ କାରଣରୁ ତୈଳ ଉତ୍ପାଦନରେ ସ୍ଥିରତା ରହିଛି । ଅନ୍ୟପକ୍ଷରେ ଭାରତ ବିକଳ୍ପ ଇନ୍ଧନ ଯଥା ଅଧିକରୁ ଅଧିକ ସିଏନଜି ଗ୍ୟାସ ଉତ୍ପାଦନ, ଜୈବଇନ୍ଧନ, ଜୈବସିଏନଜି, ଇଥାନଲ, ୨ଜି ଇଥାନଲ ଉପରେ  କରୁଛି ।  ଦେଶର ଉଦ୍ୟୋଗକାରୀଙ୍କ ପାଖରେ ଟେକ୍ନୋଲୋଜି, ନୂଆ ବ୍ୟବସାୟିକ ମଡେଲର ଉପଲବ୍ଧ ରହିଛି । ଯଦ୍ୱାରା ଟକ୍ନୋଲୋଜି ମାଧ୍ୟମରେ ହାଇଡ୍ରୋଜେନ୍ ଇନ୍ଧନର ପୂର୍ତି ହୋଇପାରିଛି । ଦେଶ ଆଗକୁ ବଢିବା ନେଇ ପ୍ରସ୍ତୁତ ଥିବା ବେଳେ ଉର୍ଜା କ୍ଷେତ୍ରରେ ପରିବର୍ତନ ରାସ୍ତା ନିଜ ଉପାୟରେ ଭାରତ ବାହାର କରିବା ପାଇଁ ପ୍ରସ୍ତୁତ ବୋଲି ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ ମୋଦି ସରକାର ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବାପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରୀ ରଖିଛନ୍ତି । ତୈଳ ବିପଣନ କମ୍ପାନୀମାନେ ଗତ ୫ ବର୍ଷରେ ତୈଳ ଅପେକ୍ଷା ଏଲଏନଜି ଗ୍ୟାସର ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଉର୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବାପାଇଁ ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି । ବିଶ୍ୱ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁସମ୍ପର୍କ କାରଣରୁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହି କ୍ଷେତ୍ରରେ ସୁଧାର ଆସିଛି କହିଛନ୍ତି । ଋଷ ଏବଂ ଋଷର ରୋଜନେଫ୍ଟରେ ଭାରତ ପୁଞ୍ଜିନିବେଶ କରୁଥିବା ବେଳେ ଭ୍ଲାଡିଭୋଷକରୁ ପୂର୍ବ ଭାରତ ସହ ସଂଯୋଗକୁ ଆମେ ଗୁରୁତ୍ୱ ଦେଉଅଛୁ । ଅପରପକ୍ଷରେ ଭାରତରେ ଉତମ ବ୍ୟବସାୟ ବାତାବରଣ ଥିବା କାରଣରୁ ବିଶ୍ୱର ଆଗୁଆ ତୈଳ ଓ ଗ୍ୟାସ୍ କ୍ଷେତ୍ରର କମ୍ପାନୀମାନେ ଏଠାରେ ପୁଂଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ