ଛଅଦିନିଆ ବ୍ୟାଙ୍କମିତ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କାନାରା ବ୍ୟାଙ୍କ ଦ୍ୱାରା ପ୍ରାୟୋଜିତ ତଥା ଭୁବନେଶ୍ୱରରେ ଅବସ୍ଥାପିତ ‘ଗ୍ରାମୀଣ ବିକାଶ ଏବଂ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥା’ ସୌଜନ୍ୟରୁ ଏକ ଛଅଦିନଆ ତାଲିମ ଶିବିର ୨୫ ତାରିଖରେ ‘ଭାରତୀୟ ଷ୍ଟେଟବ୍ୟାଙ୍କ’ର ଅବସରପ୍ରାପ୍ତ ମୁଖ୍ୟ ପ୍ରବନ୍ଧକ ତଥା ‘ଓଡ଼ିଶା ଜୀବିକା ମିଶନ’ର ଅଧିକାରୀ ପଦରୁ ଅବ୍ୟାହତି ନେଇଥିବା ଶ୍ରୀ ଦିବାକର ମହାରଣାଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଏହା ‘ମହିଳା ସଶକ୍ତିକରଣ ତଥା ଆର୍ଥିକ ସ୍ୱାଧୀନତା’କୁ ସୁଦୃଢ କରିବା ଦିଗରେ ସହାୟକ ହେବ ।ବିନା ଶୁଳ୍କରେ ଛଅଦିନ ବ୍ୟାପୀ ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୬୦ଜଣ ଅଂଶଗ୍ରହଣ କରିଛନ୍ତି । ଇମିଟେସନ ଗହଣା ପ୍ରସ୍ତୁତି, ଏସ୍ସି, ଫ୍ରିଜ ମରାମତି, ସିଲେଇ, ଝୋଟରୁ ବିଭିନ୍ନ ସାମଗ୍ରୀ ଉତ୍ପାଦନ, ବିୟୁଟିପାର୍ଲର ପରିଚାଳନା ଇଦ୍ୟାତି ରୋଜଗାରଧର୍ମୀ ପ୍ରକଳ୍ପ ଉପରେ ଆଧାରିତ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅରକ୍ଷିତ ଦାସ ‘ଓଡ଼ିଆ ଜୀବିକା ମିଶନ’ର ଶ୍ରୀ ପଦ୍ମଲୋଚନ ରାଉତରାୟଙ୍କ ‘ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ’ର ଅବସରପ୍ରାପ୍ତ ମୁଖ୍ୟ ପ୍ରବନ୍ଧକ ଶ୍ରୀ ଅମୀୟ ପଟ୍ଟନାୟକ ତଥା ଅନୁଷ୍ଠାନର ପ୍ରଶିକ୍ଷକ ବ୍ୟାଙ୍କମିତ୍ର ମାନଙ୍କର ଭୂମିକା ଓ ଦାୟିତ୍ୱ ବାବଦରେ ଆଲୋଚନା କରିଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ପ୍ରଶିକ୍ଷଣ ଶିବିର ପ୍ରାପ୍ତମାନଙ୍କଠାରେ ଦାୟିତ୍ୱବୋଧ ସୃଷ୍ଟି ତଥା ଗ୍ରାମାଞ୍ଚଳ ବିକାଶରେ ଏହି ଅନୁଷ୍ଠାନର ଅବଦାନ ରହିଛି ।