ଛଅ ଗୋଟି ପଞ୍ଚାୟତରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉଦଘାଟିତ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଛଅ ଗୋଟି ପଞ୍ଚାୟତ ଠାରେ ଆଜି ଦ୍ୱିତୀୟ ଦିନରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉଦଘାଟିତ ହୋଇଯାଇଛି। ଷୋଳମପୁର ପଂଚାୟତ ପକ୍ଷରୁ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ରାଜ୍ୟ ସରକାରଙ୍କ ସଦୂର ପ୍ରସାରି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ବକ୍ତବ୍ୟ ଦେଇ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ କରିଥିଲେ। ସରସଦା ପଂଚାୟତ ପକ୍ଷରୁ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପରିସରରେ ସାମ୍ବାଦିକ ଦୁର୍ଯୋଧନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି ଯୋଗ ଦେଇ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ମଣୀକାଞନ ସେନାପତି, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସମାଜ ସେବୀ ରତ୍ନାକର ଦାସ, ଯୁବ ନେତା ଲଳିତ ରାଉତ, ଲକ୍ଷ୍ମୀଧର ସାହୁ , ଦେବେନ୍ଦ୍ର ଦାସ ଉପସ୍ଥିତ ଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ୍ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କୁରିଗାଁ ପଞ୍ଚାୟତ ପକ୍ଷରୁ କଣ୍ଟି ବିଦ୍ୟାଳୟ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପାଧକ୍ଷା ଶ୍ରୀମତୀ ମହାନ୍ତି ଯୋଗଦେଇ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ କରିଥିଲେ। ଏଥିରେ ବିଡ଼ିଓ ଦେବଦତ୍ତ ଦାସ,ବରିଷ୍ଠ ନାଗରିକ ଦେବେନ୍ଦ୍ରନାଥ ଧଳ, ଭୀମସେନ ଜେନା,ଅଭୟ ମହାପାତ୍ର, ଦେବୀପ୍ରସନ୍ନ ମହାପାତ୍ର, ଘନଶ୍ୟାମ ଥାଟୋଇ,ଶରତ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରହଣିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଅଲିଭା ନାୟକଙ୍କ ସଂଯୋଜନା ରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଵିଡିଓ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ କାର୍ଡ ବିତରଣ କରିଥିଲେ। ସମାଜ ସେବୀ ନିରଞ୍ଜନ କୁଅଁର ଆଭିମୁଖ୍ୟ, ସମାଜସେବୀ ବିରେନ୍ଦ୍ର ନାୟକ ସ୍ବାଗତ ଭାଷଣ ଓ ଦୁର୍ଯୋଧନ ଲେଙ୍କା ଧନ୍ୟବାଦ ଦେଇଥିଲେ। ଅନୁରୂପ ଭାବେ ମାଳଦା ଠାରେ ସରପଞ୍ଚ ରୀତାଞଳୀ ସାମଲଙ୍କ ସଂଯୋଜନାରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ସମସ୍ତ ଅତିଥିଙ୍କ ସମେତ ଯୁବ ନେତା ଉତ୍କଳ କେଶରୀ ମହାନ୍ତି, ସମିତି ସଭ୍ୟ ମୋହନ କୁମାର ରାଏ ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ନେତା ପ୍ରତ୍ୟୁଷ ସାମଲ ଧନ୍ୟବାଦ ଦେଇଥିଲେ। ନପଙ୍ଗ ଠାରେ ମଧ୍ୟ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉଦଘାଟିତ ହୋଇଯାଇଛି।