ଛଅ ଚୋରୀ ଘଟଣାରେ ପାଞ୍ଚ ଅଭିଯୁକ୍ତ ଗିରଫ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଜରଡ଼ା କେ ନୂଆଗାଁ ଥାନା ଅଂଚଳରେ ଗତ କିଛଦିନ ହେଲା ଦୋକାନ ବେଙ୍କେ ପଞ୍ଚାୟତ କାର୍ଯ୍ୟାଳୟ ର ତାଲା କାଟି ଚୋରି ଉଦ୍ୟମ କରୁଥିବା ଚୋର ଦଳ ପାଞ୍ଚ ଜଣ ଚୋରକୁ ଜରଡ଼ାଏବଂ କେ ନୂଆଗାଁ ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ମାନେ ତୁମ୍ବା ଗ୍ରାମର ଦୁର୍ଗା ବାଘ ସିଂ ବି ସରଦା ପୁର ର ଚନ୍ଦନ ଦଳାଇ ହେଲେ କେ. ନୂଆଁଗାଁ ଥାନା ଅନ୍ତର୍ଗତ ଝଗଡ଼ା ଗ୍ରାମର ଅଲେଖ ନାଇକ ଓ ଚିଲାଡ଼ି ଗ୍ରାମର ବି. ଦୀପକ ଏବଂ ଜଣେ ନାବାଳକ ଥିବା ଜଣା ପଡିଛି। ଗତ ୧୧ତାରିଖରେ ପାତ୍ରପୁର ମୁଖ୍ୟ ବସଷ୍ଟାଣ୍ଡରେ ଏକ ମୋବାଇଲ ଦୋକାନର ତାଲା କାଟି ଚୋରି ଉଦ୍ୟମ କରିଥିବା ବେଳେ ଗତ ୧୪ ତାରିଖ ରାତିରେ ପାତ୍ରପୁର ବଜାର ଏକ ସୁନା ଦୋକାନର ମଧ୍ୟ ତାଲା କାଟି ଚୋରି ଉଦ୍ୟମ ବିଫଳ ହୋଇଥିଲେ। ଏ ସମ୍ପର୍କରେ ଦୋକାନ ମାଲିକ ଜରଡ଼ା ଥାନାରେ ଅଭିଯୋଗ କରି ଥିଲେ। । ଅଭିଯୋଗକୁ ଭିତ୍ତି କରି ଦୁଇ ପୋଲିସ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ କରି ଜରଡ଼ା ଥାନା ପୋଲିସ ଦୁଇ ଜଣକୁଏବଂ କେ ନୂଆଗାଁ ତିନି ଜଣକୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ମାନଙ୍କ ଠାରୁ ଏକ ସ୍କୁଟି ଓ ତାଲା କାଟିବାରେ ବ୍ୟବହୃତ ଲୁହା କଟର ଲାପଟପ୍ ସ୍କୁଟି ମିଟର ସାଇକେଲ ଏଲ ସି ଡ଼ି ଟିଭି ,ମନିଟର ପ୍ରଭୁତି ପୋଲିସ ଜବତ କରିଛି । ଚୋରୀ ଗ୍ୟାଙ୍ଗ ର ଜଣେ ନାବାଳକ କୁ ଯୁଭିନାଲ କୋର୍ଟ କୁ ପଠାଇ ଥିବା ବେଳେ ସହିତ ଚାରି ଜଣକୁ ପୋଲିସ ଗିରଫ କରିଛି।ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହି ଗ୍ୟାଙ୍ଗ ବିଭିନ୍ନ ଥାନା ଅଞ୍ଚଳର ଛଅ ଗୋଟି ଘଟଣା ରେ ସଂପୃକ୍ତ ଥିବା ପୋଲିସ ପ୍ରକାଶ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ