ଛଅ ଫୁଟର ନାଗସାପ ଉଦ୍ଧାର

ଦିଗପହଣ୍ଡି (ଯୁଗାବ୍ଦ ନ୍ୟୁଜ୍) : ନାଗକୁ ଖାଇଥିବା ଆଉ ଏକ ନାଗକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ଵ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଥିବା ପିହେଚଡ଼ିର ଏକ ଷ୍ଟୋର ରୁମରେ ଥିଲା ଏହି ନାଗ। ଗତକାଲି ରାତିରେ ସେଠିକାର କର୍ମଚାରୀ ମାନେ ଏହି ସାପଟିକୁ ଦେଖିଥିଲେ କିନ୍ତୁ ଆଜି ସକାଳେ ପୁଣି ସାପଟି ସେହି ଯାଗାରେ ଥିବାର ଦେଖି ସେମାନେ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ। ପରେ ସେମାନେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସ୍ୱାଧୀନ କୁମାର ସାହୁଙ୍କୁ ଜଣାଇଥିଲେ। ଶ୍ରୀ ସାହୁ ତାଙ୍କ ସହଯୋଗୀ ତାରା ପ୍ରସାଦ ଦାସ ସହ ଉକ୍ତ ଯାଗାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ ଉଦ୍ଧାର କରିବା ସମୟରେ ସେ କିଛି ଖାଇଥିବା ଦେଖି ତାକୁ କିଛି ସମୟ ହାତରେ ଧରି ରଖିଥିଲେ। ଏହା ପରେ ସେ ଏକ ତିନି ଫୁଟର ନାଗ ସାପକୁ ପାଟିରୁ ବାହାର କରିଥିଲା। ଉଦ୍ଧାର କରାଯାଇଥିବା ନାଗକୁ ବନ ବିଭାଗର ପରାମର୍ଶ କ୍ରମେ ମହୁରୀ କାଳୁଆ ଜଙ୍ଗଳରରେ ଛଡା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ