ଛଅ ମାସ ଭିତରେ ଶୁଣାଣୀ ଶେଷ କର : ସୁପ୍ରିମକୋର୍ଟ

ବରିଷ୍ଠ ସାମ୍ବାଦିକ ତଥା ତେହେଲକାର ପୁର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କ ବିରୁଦ୍ଧରେ ଚାଲିଥିବା ଦୁଷ୍କର୍ମ ମାମଲାକୁ ଛଅ ମାସ ଭିତରେ ସାରିବାକୁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୋଆର ଏକ ନିମ୍ନ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ଭାରତର ସର୍ବୋଚ୍ଚ ଅଦାଲତ । ଗୋଆ କୋର୍ଟର ଆଦେଶକୁ ଚ୍ୟାଲୋଞ୍ଜେ କରି ତାଙ୍କ ବିରୁଦ୍ଧରେ ଅଭିଯୋଗ ମିଥ୍ୟା ଦର୍ଶାଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ୍ୟ ହୋଇଥିଲେ ତରୁଣ । ସୁଚନାନୁସାରେ, ୨୦୧୩ ମସିହାରେ ତେହେଲିକା ମାଗାଜିନ ପକ୍ଷରୁ ଏକ ବାର୍ଷିକ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଲିପ୍ଟରେ ଜଣେ ମହଳା ସହକର୍ମୀଙ୍କ ସହ ଯାଉଥିବା ସମୟରେ ତେଜପାଲ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ