ଛଗରିଆ ଯୋଗାଣ ବିଭାଗ ଗୋଦାମରୁ ପିଡିଏସ ଗହମ ଚୋରାଚାଲାଣ ଘଟଣାରେ ଆଉ ଜଣେ ଗିରଫ
କେନ୍ଦ୍ରାପଡା,( ଚିତ୍ତରଞ୍ଜନ ଦାସ): ଛଗରିଆସ୍ଥିତ ଯୋଗାଣ ବିଭାଗ ଗୋଦାମରୁ ପିଡିଏସ ଗହମ ଚୋରା ଚାଲାଣ ଘଟଣାରେ ସଦର ଥାନା ପୋଲିସ ଆଜି ଆଉ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଦୁତିଆଳ ତାପସ ରାଉତଙ୍କ ଅନ୍ୟଏକ ଗାଡି ଚଳାଉଥିବା ଚାଳକ ଦୀପକ କୁମାର ଜେନାଙ୍କୁ ସଦର ଥାନା ପୋଲିସ ଦୁହୁରିଆସ୍ଥିତ ଏକ ଭଡାଘରୁ ଗିରଫ କରି ପିଡିଏସ ଗହମ ଚୋରା ଚାଲାଣ ସମ୍ପର୍କରେ ପଚରାଉଚୁରା କରୁଥିବା ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।