ଛଟେଇ ବିରୁଦ୍ଧରେ ଆନ୍ଦୋଳନ ଘୋଷଣା କଲେ ଟାଟା ପାୱାର କର୍ମଚାରୀ ସଙ୍ଘ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଟାଟା ପାୱାର ମନୋମୁଖୀ ଶାସନ ବିଦ୍ୟୁତ କର୍ମଚାରୀଙ୍କ ଛଟେଇ ଏବଂ ତାହାର ମନୋମାନୀକୁ ନେଇ ପାୱାର ଏମ୍ଫ୍ଲୋୟୀଜ ୟୁନିୟନ କରଞ୍ଜିଆ ଉପଖଣ୍ଡ ଶାଖା ତରଫରୁ ୟୁନିୟନ ଅଫିସ ପ୍ରାଙ୍ଗଣରେ ଏକ ବୈଠକ ର ଆୟୋଜନ କରାଯାଇଥିଲା l ଶ୍ରମିକ ମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକତା ମଞ୍ଚ ତରଫରୁ ଏକ ଆଲୋଚନା ଜାରି ରହିଥିଲା l ଏକତା ମଞ୍ଚ ର ଚିଠି ନଂ -୧୫ ତା. ୨୯.0୯. ୨0୨୩ ରିଖରେ ଉଚ୍ଚ କତୃପକ୍ଷଙ୍କୁ ଜଣାଇ ଦିଆଯାଇଛି ଯେ ଯଦି କୌଣସି କର୍ମଚାରୀଙ୍କୁ ଛଟେଇ କରାଯାଏ, ତେବେ ବାଧ୍ୟ ହୋଇ ସମସ୍ତ କର୍ମଚାରୀ ଆନ୍ଦୋଳନ କୁ ଓହ୍ଲାଇବେ ଏବଂ ସେଥିପାଇଁ ଟିପିଡିଓଏନଏଲ ର ଉଚ୍ଚ କତୃପକ୍ଷ ଦାୟୀ ରହିବେ l ଏହି ସଭା ରେ ପାୱାର ଏଂଫ୍ଲୋୟଜ ୟୁନିୟନ ର ଉପସଭାପତି ଶ୍ରୀ ଆର୍ତ୍ତବନ୍ଧୁ ବିଶ୍ୱାଳ ସଭାପତିତ୍ୱ କରୁଥିବା ବେଳେ ଶ୍ରୀ ବିଜୟକୃଷ୍ଣ ମାଈତି, ସଞ୍ଜୟ କୁମାର ସାହୁ, ଦେବାଶିଷ ସାହୁ, ଜଗନ୍ନାଥ ମହାକୁଡ଼, ସମୀର ପଟ୍ଟନାୟକ, ଜ୍ୟୋତି ପ୍ରକାଶ ପଣ୍ଡା, ମଧୁସୂଦନ ମହାନ୍ତ, ଭବାନୀଶଙ୍କର ଚୌଧୁରୀ ଏବଂ ପ୍ରାୟ ଦୁଇଶହ ରୁ ଉର୍ଦ୍ଧ କର୍ମଚାରୀ ଯୋଗ ଦେଇ ଥିଲେ l ଉକ୍ତ ସଭା ରେ ସଭାପତି ଦୃଢ଼ତା ଭାବରେ ବକ୍ତବ୍ୟ ରେ କହିଲେ ଯଦି କୌଣସି କର୍ମଚାରୀ ଙ୍କୁ ଛଟେଇ କରାଯାଏ ତେବେ ଆସନ୍ତା କାଲି ଠାରୁ ତା l ୧ l ୧Ol ୨O୨୩ ରିଖ ଠାରୁ କାର୍ଯ୍ୟ ବନ୍ଦ ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ