ଛଟେଇ ଶିକ୍ଷକମାନଙ୍କୁ ପୁନଃ ନିଯୁକ୍ତି ସହ ସମସ୍ତ ଶିକ୍ଷା ସହାୟକମାନଙ୍କୁ ଶିକ୍ଷକ ମାନ୍ୟତା ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୨୦୦୩-୦୪ରେ ନିଯୁକ୍ତି ପାଇଥିବା ଶିକ୍ଷା ସହାୟକମାନଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ମିଥ୍ୟା କେସ୍‌ରେ ସରକାର ସେମାନଙ୍କ ମଧ୍ୟରୁ ୨୪୩ଜଣ ଶିକ୍ଷା ସହାୟକଙ୍କୁ ଛଟେଇ କରିବା ଏବଂ ୧୬୯ଜଣ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକମାନଙ୍କୁ ଦୀର୍ଘ ୧୮ ବର୍ଷ କାର୍ଯ୍ୟ କଲା ପରେ ମଧ୍ୟ ନିୟମିତ ନ କରିବା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବା ପାଇଁ ଗାନ୍ଧୀମାର୍ଗରେ ବା ଲୋୟର ପିଏମ୍‌ଜିରେ ଶିକ୍ଷା ସହାୟକ ଆସୋସିଏସନ, ଭୁବନେଶ୍ୱର ତରଫରୁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ପ୍ରଶାସନିକ ଅପରାଗତା ଯୋଗୁ ଏବଂ ସରକାରଙ୍କ ଭୁଲ୍ ନୀତି ଓ ଭୁଲ୍ ବୁଝାମଣା ଯୋଗୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଆକ୍ରୋଶମୂଳକ ଭାବେ ଛଟେଇ କରିବା, ଛଟେଇ ପ୍ରତିବାଦରେ କୋର୍ଟକୁ ଯାଉଥିବା ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପ୍ରତିବାଦରେ ସଂଘ ତରଫରୁ ତୀବ୍ର ନିନ୍ଦା କରାଯାଇଛି । ଏପରିକି ସରକାରଙ୍କ ନିଯୁକ୍ତି ନିୟମ ଓଡ଼ିଶାର ସବୁ ଜିଲ୍ଲାରେ ସମାନ ନଥିବା ଜଳ ଜଳ ହୋଇ ଦେଖାଯାଉଛି । ସରକାର ପାତର ଅନ୍ତର କରି ଶିକ୍ଷା ସହାୟକମାନଙ୍କୁ ସୁବର୍ଣ୍ଣପୁର, କେରାପୁଟ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ ଓ ବଲାଙ୍ଗୀର ଜିଲ୍ଲାମାନଙ୍କରେ ଶିକ୍ଷା ସହାୟକମାନଙ୍କୁ ନିୟମିତ କରୁଥିବା ବେଳେ ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି ୯ଟି ଜିଲ୍ଲାରେ ଶିକ୍ଷା ସହାୟକମାନଙ୍କ ନିୟମିତ ନକରିବା, କୋର୍ଟକୁ ଗଲେ ଛଟେଇ କରିବା ଘୋର ଅନ୍ୟାୟ ବୋଲି ସଂଘ ପକ୍ଷରୁ ପ୍ରେସ୍ ବିବୃତ୍ତିରେ କୁହାଯାଇଛି । ଏଠାରେ ଉଲ୍ଲେଖଥାଉ ଯେ, ୨୦୦୩ ମସିହାରେ ଓଡ଼ିଶା ସରକାର ୯୬୫୪ଗୋଟି ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ ପଦବୀ ନଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ । କିନ୍ତୁ ସରକାର ସେମାନଙ୍କ ମଧ୍ୟରୁ ୭୬୨୪ଜଣଙ୍କୁ ନିଯୁକ୍ତି ଦେଥିବା ବେଳେ ପରବର୍ତ୍ତୀ ସମୟରେ ପୁନର୍ବାର ସେହି ପ୍ୟାନେଲରୁ ୧୫୬୮୨ଗୋଟି ଅଧିକ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲେ । ହେଲେ ସମୁଦାୟ ୧୭୭୧୨ ପଦବୀରୁ ସରକାର ମୋଟ ୧୦୬୮୨ଗୋଟି ପଦବୀରେ ନିଯୁକ୍ତି ଦେଲେ ଏବଂ ମୂଳ ପଦବୀରୁ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ୪୧୨ଜଣ ଶିକ୍ଷା ସହାୟକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇନଥିଲେ । ଏହି ୪୧୨ଜଣ ପ୍ରଥମ ପର୍ଯ୍ୟାୟରୁ ଅନୁମୋଦିତ ପଦବୀରେ ଥାଇ ମଧ୍ୟ କିପରି ନିଯୁକ୍ତି ମିଳିଲା ନାହିଁ ତାହ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ୨୦୦୩-୦୪ ବ୍ୟାଚ୍ ଶିକ୍ଷା ସହାୟକ ସଂଘ ପୁନଃ ନିଯୁକ୍ତି ଏବଂ ସମସ୍ତଙ୍କୁ ନିୟମିତ ମାନ୍ୟତା ପ୍ରଦାନ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ସରକାର ସଂଘର ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ବିଧାନ ସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ