ଛଟେଇ ସ୍ୱାସ୍ଥ୍ୟ କର୍ମୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ କାର୍ଯ୍ୟରତ ଏଏନ୍ଏମ୍, ଷ୍ଠାଫ ନର୍ସ, ବ୍ଲକ ଟେକ୍ନିସିୟନ, ଫାର୍ମାସିଷ୍ଠ ମାନେ ଯେଉଁ ମାନେକି କୋଭିଡ୍-୧୯ କାର୍ଯ୍ୟରେ ନିୟୋଜିତ ଥିଲେ ସେମାନଙ୍କୁ କୌଣସି ପ୍ରକାର ସରକାରୀ ସୁବିଧା କିମ୍ବା ସଠିକ ବେତନ ନମିଳିବାରୁ ସେମାନେ ଗଜପତି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାରେ ପ୍ରାୟ ୧୪୯ ଜଣ କର୍ମଚାରୀମାନେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା କୋଭିଡ କେୟାର ସେଣ୍ଟରରେ କାର୍ଯ୍ୟରତ ରହିଥିଲେ । ଏମାନଙ୍କ ଦାବୀ ଅନୁଯାଇ ସେମାନଙ୍କ କର୍ତ୍ତବ୍ୟ ସଠିକ ଭାବେ ପାଳନ କରି ଆସୁଛନ୍ତି । ତେବେ ଏମାନଙ୍କୁ କୌଣସି ବିନା ସୂଚନାରେ ଓଡିଶା ସରକାରଙ୍କ ପକ୍ଷରୁ କର୍ତ୍ତବ୍ୟରୁ ଅବ୍ୟହତ କରାଯାଇଛି । ସେମାନେ ଜଣାଇଛନ୍ତି ଯେ କୋଭିଡ-୧୯ର ଆଗଧାଡିରେ ରଖା ଯାଇ ଜୀବନ ପ୍ରତି ବିପଦ ରହି ମଧ୍ୟ ଆମ୍ଭେ ଦାୟିତ୍ୱ ତୁଲାଉଥିଲୁ । ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମାନଙ୍କୁ ବିନା କୌଣସି ସୂଚନାରେ କାର୍ଯ୍ୟରୁ ଅବ୍ୟାହତ ଦେଇଛନ୍ତି । ଏହି ସବୁ କର୍ମୀମାନେ ପୂର୍ବରୁ ଘରୋଇ ଚିକିତ୍ସାଳୟ ଗୁଡିକରେ କାର୍ଯ୍ୟରତ ରହିଥିବାବେଳେ ସରକାରଙ୍କ ପକ୍ଷରୁ କୋଭିଡ-୧୯ ପାଇଁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଗତ ୩ମାସ ଧରି କୌଣସି ବେତନ ପ୍ରଦାନ କରାଯାଇ ନଥିବାବେଳେ କାର୍ଯ୍ୟରୁ ନିବୃତ ରଖାଯାଇଛି । ଅପରପକ୍ଷ୍ୟରେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ନିଜ ନିଜ ଭବିଷ୍ୟତକୁ ନେଇ ଅନିଶ୍ଚତା ସୃଷ୍ଟି ହୋଇଥିବା ପ୍ରତିମା ପାଇକ, ପି.ଚିତ୍ରା, ଶୁଭଶ୍ରୀ ବେହେରା, ଫାଲ୍ଗୁନି ପଟ୍ଟନାୟକ, ରାଜେଶ ଗଙ୍ଗା, ସୁଦୀପ ପାଢୀ, ସିମାଞ୍ଚଳ ସାସମଲ, ଗୀତାରାଣୀ ବେଣିଆ, ରଶ୍ମିତା ବେଣିଆ, ବି.କଲ୍ୟାଣୀ ଜ୍ୟୋତି ପ୍ରମୁଖଙ୍କ ସହ ଶତାଧିକ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତଥିଲେ ।


