ଛଟ ପୂଜା କମିଟିର ଜରୁରୀକାଳୀନ ବୈଠକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଛଟ ପୂଜା କମିଟିର ଛଟପର୍ବ ଉପଲକ୍ଷେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଏବଂ ପୌର ଅଧୀକାରୀ ଭାଗବତ ମହାପାତ୍ରଙ୍କ ସହ ଛଟପୂଜା କମିଟିର ସଭାପତି ବିଜୟ ରାମ, ଉପସଭାପତି ଅବଶେଷ ମିଶ୍ର, ସମ୍ପାଦକ ରାଜେଶ ପ୍ରଜାପତି, ଅତିରିକ୍ତ ସଂପାଦକ ମଦନ ରଜକ ପ୍ରମୁଖ ରାଇରଙ୍ଗପୁର ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ଛଟପୂଦଜା ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଶାସନର ନିର୍ଦ୍ଦେଶ କ୍ରମେ କରୋନା ଭୟାବହତାକୁ ଦୃଷ୍ଟିରୁ ଚଳିତ ବର୍ଷ ଛଟ ମହୋତ୍ସବ ଆୟୋଜନ ସ୍ଥଗିତ କରାଗଲା । କମିଟିର ସିମୀତ ସଦସ୍ୟମାନେ ଛଟ ପୂଜା କରିବେ ।ନଦୀ ଘାଟରେ ଛଟ ମହୋତ୍ସବ ପୂର୍ବ ବର୍ଷ ଭଳି ଆୟୋଜନ କରାଯିବ ନାହିଁ ।


