ଛଠ ପୂଜା କମିଟି ତରଫରୁ ଡଃ.ଛତିଶ ଚନ୍ଦ୍ର ମହାନ୍ତ ନାମରେ ଶୋକ ସଭା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଛଠ ପୂଜା କମିଟି ତରଫରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି | କମିଟିର ସଭାପତି ବିଜୟ କୁମାରଙ୍କ ପରିଚାଳନା ସର୍ବ ପ୍ରଥମେ ଏସ.ଡି.ଏମ.ଓ ଡଃ.ଛତିଶ ଚନ୍ଦ୍ର ମହାନ୍ତଙ୍କ ଆତ୍ମା ଶାନ୍ତି ଓ ସଦଗତି ନିମନ୍ତେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା | ଏବଂ ଏକ ମିନିଟ ପାଇଁ ନିରବ ପାର୍ଥନା କରିବା ପରେ ଛଠ ପୂଜା କମିଟି ପ୍ରତି ତାଙ୍କର ସହଯୋଗ ଉପରେ ଚର୍ଚ୍ଚା ହୋଇଥିଲା | ଏହା ସହ ଆସନ୍ତା ୨୦.୧୧.୨୦୨୦/୨୧.୧୧.୨୦୨୦ ରେ ହେବାକୁ ଥିବା ଛଠ ପୂଜା ପାଇଁ କମିଟିର ଭୂମିକା ଉପରେ ଆଲୋଚନା ହୋଇଥିଲା | କମିଟି ତରଫରୁ ସୀମିତ ସଂଖ୍ୟକ ସଦସ୍ୟ ସହିତ କେବଳ ସୂର୍ଯ୍ୟ ପୂଜା ଆୟୋଜିତ ହେବ ପାରମ୍ପରିକ ଭାବେ ଖଡଖାଇ ନଦୀ ଘାଟରେ କମିଟି ତରଫରୁ କୌଣସି ଆୟୋଜନ ହେବ ନାହିଁ | ରାକେଶ ପ୍ରଜାପତି, ଅବଶେଷ ମିଶ୍ର, ବିନୋଦ ଦାସ, ମଂନୁ ପ୍ରସାଦ, କିଶୋର ରଜକ, ସନ୍ତୋଷ ସିଂ, ମଦନ ରଜକ, ଛୋଟୁ ୟାଦଵ, ଅଶୋକ ବାଲ୍ମୀକି, ବଣ୍ଟି ଶର୍ମା ଉପସ୍ଥିତ ଥିଲେ |


