ଛତାରେ ଅତ୍ୟାଧୁନିକ କୋଭିଡ ହସପିଟାଲ କାର୍ଯ୍ୟକ୍ଷମ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଡେରାବିଶି ବ୍ଲକ ଅନ୍ତର୍ଗତ ଛତା ପଲିଟେକନିକ ସ୍କୁଲ ପରିସରରେ ଏକ ଅତ୍ୟାଧୁନିକ କୋଭିଡ ହସପିଟାଲ ଆଜି ଠାରୁ କାର୍ଯ୍ୟକ୍ଷମ ହୋଇଛି । ଏହି ଏକଶହ ୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲଟି ଭୂବନେଶ୍ୱର ସମ ହସପିଟାଲ ସହାୟତାରେ ପ୍ରତିଷ୍ଠିତ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ଓ ସମ ହସପିଟାଲ ମଧ୍ୟରେ ସୋମବାର ଏକ ବୁଝାମଣାପତ୍ର (ଏମ.ଓ.ୟୁ.)ସ୍ୱାକ୍ଷରିତ ହୋଇଛି । ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ସମ ହସପିଟାଲ ପକ୍ଷରୁ ସୁପରିନଟେଣ୍ଡେଂଟ ପୁଷ୍ପରାଜ ସାମନ୍ତସିଂହାର ଏହି ବୁଝାମଣାପତ୍ର ସ୍ୱାକ୍ଷର କରଥିଲେ । ଏହି ହସପିଟାଲରେ ୪ଜଣ ଡାକ୍ତର,୧୫ଜଣ ନର୍ସ,୫ଜଣ ଟେକନିସିଆନ ନିୟୋଜିତ ରହିଥିବା ବେଳେ ଭେଂଟିଲେଟର, ଇସିଜି,ଏକ୍ସରେ ଓ ଇକୋ ଇତ୍ୟାଦି ସୁବିଧା ରହିଛି । ଭବିଷ୍ୟତରେ ଜିଲ୍ଲାର କରୋନା ଆକ୍ରାନ୍ତଙ୍କୁ ଏହି ହସପିଟାଲରେ ରଖାଯାଇ ସ୍ୱତନ୍ତ୍ର ପ୍ରଶିକ୍ଷିତ ଡାକ୍ତର ଓ କର୍ମଚାରୀଙ୍କ ଦ୍ୱାରା ଚିକିତ୍ସା କରାଯିବ ବୋଲି ସୂଚନା ଦିଆଯାଇଛି । ଏଠାରେ ୧୬୦ଶଯ୍ୟା ବିଶିଷ୍ଟ ଅନ୍ୟଏକ ଚିକିତ୍ସାଳୟ ମଧ୍ୟ କାର୍ଯ୍ୟ କରୁଛି ଯେଉଁଠାରେକି ଜିଲ୍ଲାର କରୋନା ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଏହି ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ସମ ହସପିଟାଲର କର୍ମକର୍ତ୍ତାଙ୍କ ସମେତ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଅଶୋକ କୁମାର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ,ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର,କେନ୍ଦ୍ରାପଡା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ