ଛତିଶଗଡରେ ଏନକାଉଣ୍ଟର : ସିଆରପିଏଫ୍‌ ଯବାନ ଶହୀଦ

ରାୟପୁର : ଛତିଶଗଡରେ ଏକ ଏନ୍‌କାଉଣ୍ଟର ଘଟି ଜଣେ ସଶସ୍ତ୍ର ସୁରକ୍ଷା ବଳ ଅଧିକାରୀ ଶହୀଦ ହୋଇଛନ୍ତି । ସୋମବାର ମାଓବାଦୀଙ୍କ ସହିତ ଏନ୍‌କାଉଣ୍ଟର ସମୟରେ ଯବାନ ଜଣକ ପ୍ରାଣ ହରାଇଛନ୍ତି । ଛତିଶଗଡର ବିଜାପୁର ଜିଲ୍ଲାର ଉରିପାଲ ଜଙ୍ଗଲରେ ଏନ୍‌କାଉଣ୍ଟର ସମୟରେ ୩୨ ବର୍ଷୀୟ ଏହି ଯବାନଙ୍କ ଦେହରେ ଗୁଳି ବାଜିବା ସହିତ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଶହୀଦ ଯବାନ ଜଣଙ୍କ ହେଉଛନ୍ତି ମାନ୍ନା କୁମାର ଏବଂ ସେ ଝାରଖଣ୍ଡର ସାହିବଗଞ୍ଜର ବାସିନ୍ଦା । ସୋମବାର ଅପରାହ୍ନ ୨.୧୧ ମିନିଟ୍‌ ସମୟରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ